ପାଟପୁର ପଂଚାୟତର ମହାନଳା ଗ୍ରାମରେ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ସାନଖେମୁଣ୍ଡି ବ୍ଲକ ପାଟପୁର ପଂଚାୟତର ମହାନଳା ଗ୍ରାମରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ, ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ବ୍ଲକ ଚେୟାରମେନ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ସାନଖେମୁଣ୍ଡି ବିଜୁ ଦଳର ସମସ୍ତ ସରପଞ୍ଚ,ସମିତି ସଭ୍ୟ ଯୋଗ ଦେଇ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଜନ ହିତାଧିକାରୀ ଯୋଜନା ଉପରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ l