ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମ ପଂଚାୟତରେ ଗାନ୍ଧୀ ଜୟନ୍ତୀ ପାଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କର୍ମୀମାନେ ଗାଁ ନିକଟରେ ଥିବା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପାମାଲ୍ୟ ଦେଇଥିଲେ ଏବଂ ଇଂରେଜମାନଙ୍କ ଠାରୁ ଆମ ଦେଶକୁ କିପରି ରକ୍ଷା କରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଝାଡ଼ବନ୍ଧ ଗ୍ରାମବାସୀ ଓ ବିଜୁ ଜନତା ଦଳର ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ l