ଅନୁସନ୍ଧାନ ଭାରତ(ବ୍ୟୁର): ଅନ୍ତରଙ୍ଗ ଯୁବ ମହାସଂଘର ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଦ୍ବାରା କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗାର୍ଡିଙ୍ଗିଆ ପଞ୍ଚାୟତର ମଣ୍ଡାଗୁଡ଼ା, ସାଳାଙ୍ଗିଆ ଓ ଗଣ୍ଡାନାଯୁରେ ଆଜି ବାଲ୍ୟ ବିବାହ ପ୍ରତିରୋଧ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ୧୨ ଦିନିଆ ତଥା ଅକ୍ଟୋବର ୨୮ ତାରିଖ ଠାରୁ ଆରମ୍ଭ କରାଯାଇଛି ଏବଂ ସେପ୍ଟେମ୍ବର ୧୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି । 


ଚଳିତ ବର୍ଷ ଦଶହରା ଛୁଟିରେ କିଶୋରୀ ବାଳିକା ଓ କିଶୋର ବାଳକ, ପିତାମାତା ଓ ଅଭିଭାବକମାନଙ୍କୁ ବାଲ୍ୟ ବିବାହର କୁପରିଣାମ ବିଷୟରେ ଅବଗତ ଓ ବାଲ୍ୟ ବିବାହ ଆଇନ ବିଷୟରେ ସଚେତନତା କରାଯାଉଛି । ସମାଜରେ ପ୍ରଚଳିତ ଥିବା କୁପ୍ରଥାକୁ ଦୂର କରିବା ଏବଂ କନ୍ୟା ସନ୍ତାନ ସୁରକ୍ଷା, ଶିକ୍ଷା, ସ୍ଵାସ୍ଥ୍ୟଗତ ଅଧିକାର, ଶାରୀରିକ ଓ ମାନସିକ ବିଷୟରେ ଆଲୋଚନା କରି ଗାଁରେ ପ୍ଲାକାର୍ଡ ଧରି ରାଲି କରାଯାଇଛି । ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସଦସ୍ୟା ଓ ସଦସ୍ୟା, ଅଞ୍ଚଳର ମହିଳା, କିଶୋରୀ ବାଳିକା, ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀମାନେ ସାମିଲ ହୋଇଥିଲେ ।