ଅନୁସନ୍ଧାନ ଭାରତ(ବ୍ୟୁର) : ଭଞ୍ଜନଗର ଥାନା ଅଧିନସ୍ଥ ଲଣ୍ଡେଇ ସାହି ୟୁନିଟ-୪ରେ ରହୁଥିବା ରାଜୀବ ବ୍ରହ୍ମା ଗତ ୫ମାସ ପୂର୍ବେ କିଣିଥିବା ହୋଣ୍ଡା ବାଇକ ନଂ ଓଡ଼ି ୩୨-ଜି ୯୧୧୭ଟିକୁ ଘର ଆଗରେ ରଖିଥିଲେ । ହେଲେ ମଧ୍ୟରାତ୍ରୀରେ କେହି ଦୁର୍ବୁତ୍ତ ଆସି ବାଇକ ଟିକୁ ନିଆଁ ଲଗେଇ ଦେଇଥିଲେ । ଭୋର ସମୟରେ ପଡୋଶୀ ଆସି ରାଜୀବଙ୍କୁ ଡାକି ଏସମ୍ପର୍କରେ ଜଣାଇଥିଲେ । ସେତେବେଳକୁ ବାଇକଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଏହାକୁ ନେଇ ରାଜୀବ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।