ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ କୁନି କୁନି ଛୁଆଙ୍କୁ ନେଇ ଏକ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯାକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୟଜ୍ୟେଷ୍ଠ ଶିକ୍ଷକ ବଳରାମ ସାହୁ ଉପସ୍ଥିତ ରହିଥିଲେ l ବିଜ୍ଞାନ ମେଳାରେ ମୋଟ ୩୯ଟି ପ୍ରକଳ୍ପ କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା l ମୁଖ୍ୟ ଅତିଥି, ଅଭିଭାବକ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଜ୍ଞାନ ମେଳା ପରିଦର୍ଶନ କରି ପିଲାଙ୍କୁ ଉତ୍ସାହିତ କରିଥିଲେ l ଏହି ବିଜ୍ଞାନ ମେଳାରେ ଯେଉଁ ଛାତ୍ରଛାତ୍ରୀ ମନୋନୀତ ହେବେ ସେମାନେ ଆଗାମୀ ଦିନରେ ଆସିକାରେ ହେବାକୁ ଥିବା ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ ବୋଲି ପ୍ରଧାନ ଆଚାର୍ଯ୍ୟ ଅରୁଣ କୁମାର ଷଡ଼ଙ୍ଗୀ ସୂଚନା ଦେଇଅଛନ୍ତି l ଶିକ୍ଷା କେନ୍ଦ୍ରର ଅନ୍ୟ ଛାତ୍ରଛାତ୍ରୀ ଏହି ବିଜ୍ଞାନ ମେଳାକୁ ମନଭରି ଉପଭୋଗ କରି ଆଗାମୀ ଦିନରେ ହେବାକୁ ଥିବା ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରି କି ଭଳି କୃତକାର୍ଯ୍ୟ ହେବେ ସେ ନେଇ ନିଜସ୍ୱ ମତ ରଖିଛନ୍ତି l ବିଜ୍ଞାନ ମେଳାର ସମସ୍ତ କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା l ଶିକ୍ଷା କେନ୍ଦ୍ରର ଗୁରୁଜୀ, ଗୁରୁମା ଓ ଅନ୍ୟ କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l