ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର.ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଆଜି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ଯୋଗ ଦେଇ ଆର୍ଥିକ ବର୍ଷ 2021-2022 ରେ ହୋଇଥିବା ସମସ୍ତ ମନରେଗା କାର୍ଯ୍ୟର ବିବରଣୀ ପ୍ରଦାନ କରିବା ସହ ସାମାଜିକ ସମୀକ୍ଷା ବିଷୟରେ ଆଲୋଚନା କରିଥିଲେ l ଏହି ଜନଶୁଣାଣି ଶିବିରରେ ଉପ-ଜିଲ୍ଲାପାଳ ଭଂଜନଗର, DSSO, BDO, ABDO, APO, ଭାଇସ ଚେୟାରମେନ, ବ୍ଲକର ସମସ୍ତ କର୍ମଚାରୀ ଓ ସମସ୍ତ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜନସାଧାରଣ ଉପସ୍ଥିତ ଥିଲେ l