ଚାଳକ ଦିବସ ପାଳିଲେ ଗୁଣପୁର ମୋଟର ଚାଳକ ସଙ୍ଘ…..

ଅନୁସନ୍ଧାନ ଭାରତ(ବ୍ୟୁର): ଚାଳକ ଦିବସ ଅବସରରେ ଓଡିଶା ମୋଟର ଚାଳକ ସଂଘ ଗୁଣପୁର ଶାଖା ମୋଟର ଚାଳକ ସଂଘ ତରଫରୁ ଗୁଣପୁରର କଲେଜ ଠାରୁ ଏକ ପଦଯାତ୍ରାରେ ବାହାରି ବାଇପାସ୍ ନିକଟସ୍ଥ ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବସଷ୍ଟାଣ୍ଡ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୁରୁଣା ବସଷ୍ଟାଣ୍ଡ ଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉପରେପୁଷ୍ପମାଲ୍ୟ ଅର୍ପଣ କରି ଥିଲେ l ପୁଣି ସେଠାରୁ ବାହାରି ସ୍ଥାନୀୟ ମେଡ଼ିକାଲରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ଏବଂ ଭିନ୍ନକ୍ଷମ ଚାଳକ ଭାଇମାନଙ୍କ ସ୍ବାସ୍ଥ୍ୟ ବସ୍ଥା ବୁଝିବା ସହ କିଛି ଫଳ ଓ ଏକ ପାକେଟ ଚାଉଳ ବସ୍ତା ବଣ୍ଟନ କରିଥିଲେ l ଏହା ସହ ସହ ଗୁଣପୁରର ମୁଖ୍ୟ ରାସ୍ତାରେ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ସୁଚାରୁ ରୂପେ ଚଳାଇଥିଲେ l ଏଥିରେ ସଂଘର ସଭାପତି ଯତ୍ରୀମୋୟ ମହାଙ୍କୁଡ, ସମ୍ପାଦକ ରାମକୃଷ୍ଣ ପାଇକ ଓ ଅଞ୍ଜନ ପାଣିଗ୍ରାହୀ ଟିକି ଭାଈ ସହ ଶାଖାର ଅନ୍ୟାନ୍ୟ କର୍ମକର୍ତ୍ତା ସମୂହ ମିଶି କାର୍ଯ୍ୟକୁ ପରିଚାଳନା କରିଥିଲେ l