ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟ ଗୁଣପୁରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ପାଠଚକ୍ର ଓ ଇଂଜିନିୟରିଂ ଏବଂ ଆଧୁନିକ ଗବେଷଣାରେ କ୍ୱାଣ୍ଟମ ଯାନ୍ତ୍ରିକ ବିଜ୍ଞାନର ଦୁଇ ଦିନିଆ ଅନ୍ତର୍ଜାତୀୟ ପାଠଚକ୍ର ଉଦଘାଟିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସ୍ଥାନୀୟ ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟ ଗୁଣପୁରରେ ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବେସିକ ସାଇନ୍ସ ଆଣ୍ଡ ହୁମାନିଟସ ବିଭାଗ ପକ୍ଷରୁ ”କନଫ୍ଲୁଏନ୍ସ ଅଫ ସାଇନ୍ସ ଆଣ୍ଡ ଇଂଜିନିୟରିଂ ଏକ୍ସପ୍ଲୋରିଂ ଫ୍ରାଂଟିଏର୍ସ -୨୦୨୨” ବିଷୟରେ ଦୁଇ ଦିନିଆ ଅନ୍ତର୍ଜାତୀୟ ପାଠଚକ୍ର ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ଅଧୀନରେ ଥିବା ସାଇନ୍ସ ଆଣ୍ଡ ଇଂଜିନିୟରିଂ ରିସର୍ଚ୍ଚ ବୋର୍ଡ଼ ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରୋଯୋଜିତ ଉଦ୍ଘାଟନୀ ପାଠ୍ୟଚକ୍ରରେ ମୁଖ୍ୟ ଅତିଥି ଭାବେ ଆଇଆଇଟି, ମାଡ୍ରାସ ରସାୟନ ବିଜ୍ଞାନର ପ୍ରଫେସର ଅଶୋକ କୁମାର ମିଶ୍ର ଯୋଗଦେଇ ଆଧୁନିକ ଗବେଷଣାରେ କ୍ୱାଣ୍ଟମ ଯାନ୍ତ୍ରିକ ବିଜ୍ଞାନ ଏବଂ ଇଂଜିନିୟରିଂ କ୍ଷେତ୍ରରେ ବିଜ୍ଞାନର ପ୍ରୟୋଗ ବିଷୟରେ ଆଲୋକପାତ କରିଥିଲେ । ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ଼ଃ ଏ. ବି.ଶ୍ରୀନିବାସ ରାଓ, ଡ଼ିନ ଏକାଡେମୀକସ ଡ଼ଃ ଏ.ଭି.ଏନ.ଏଲ ଶର୍ମା ଏବଂ ସ୍କୁଲ ଅଫ ସାଇନ୍ସସର ଡିନ ଡ଼ଃ ତାରିଣୀ ଚରଣ ବେହେରା ଯୋଗ ଦେଇ ପ୍ରଯୁକ୍ତି ବିଜ୍ଞାନର ଆଧୁନିକ ଗବେଷଣା ସମ୍ପର୍କରେ ନିଜ ନିଜ ମତ ରଖିଥିଲେ। ବେସିକ ସାଇନ୍ସର ବିଭାଗୀୟ ମୁଖ୍ୟ ଡ଼ଃ ଦିଲ୍ଲୀପ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପାଠ୍ୟଚକ୍ରର ଆବାହକ ଡ଼ଃ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଵିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପାଠ୍ୟଚକ୍ରରେ ଅନୁଷ୍ଠାନର ବିଭିନ୍ନ ବିଭାଗର ମୁଖ୍ୟ, ଡ଼ିନ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ପାଠ୍ୟଚକ୍ରକୁ ଅଧ୍ୟାପିକା ବର୍ଷା ଦାସ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ପାଠ୍ୟଚକ୍ରରେ କାଲିଫୋନିଆ ରାଜ୍ୟ ଵିଶ୍ଵବିଦ୍ୟାଳୟ ଡ଼ଃ .କୁରୱାର୍ଡ କର, ଆମେରିକା ସ୍ଥିତ କ୍ଲେମସୋନ ଵିଶ୍ଵବିଦ୍ୟାଳୟର ଡ଼ଃ ଦିଲ୍ଲୀପ କୁମାର ପଣ୍ଡା, ଇସ୍ରାଇଲର ଡ଼ଃ ସୁମନ୍ତ ସାହୁ, କୋରିଆର ସୁଙ୍ଗକ୍ୟୁନକ୍ୱାନ ବିଶ୍ୱବିଦ୍ୟାଳୟର ଡ଼ଃ ଏଲ ସତୀଶ ଆଚାର୍ଯ୍ୟ, ଡ଼ଃ ରାକିସ ପରିଡା, ରାଉରକେଲା ସ୍ଥିତ ଏନ ଆଇ ଟି ର ଡ଼ଃ ହରେକୃଷ୍ଣ ସାହୁ, ଡ଼ଃ ମୋନାଲିସା ସାହୁ, ଡ଼ଃ ଗୋକରଣସ୍ୱର ସାହୁ, ମୁମ୍ବାଇ ସ୍ଥିତ ବାର୍କ ଅନୁଷ୍ଠାନର ବୈଜ୍ଞାନିକ ଡ଼ଃ ସୁନୀଲ କୁମାର ସାହୁ, ଭୁବନେଶ୍ୱର ସ୍ଥିତ ଆଇ ଆଇ ଟି ର ଡ଼ଃ ଶୁଭଙ୍କର ପତି, ଭୁବନେଶ୍ୱର ସ୍ଥିତ ଆଇ ଏମ ଏମ ଟି ର ବୈଜ୍ଞାନିକ ବାଙ୍କୀମ ଚନ୍ଦ୍ର ତ୍ରିପାଠୀ, କିଟ ବିଶ୍ୱବିଦ୍ୟାଳୟର ଡ଼ଃ ରୋଜାଲିନ ସାହୁ, ଡ଼ଃ ସୁଦେନସା ରାୟ ପ୍ରମୁଖ ବିଜ୍ଞାନ ଓ ବୈଷୟିକ ସମ୍ୱନ୍ଧୀୟ ଆଧୁନିକ ଗବେଷଣା ବିଷୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଵିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l