ଭଞ୍ଜନଗର କୋର୍ଟର ନୂତନ କୋଠାର ଶିଳାନ୍ୟାସ ଓ ଜଗନ୍ନାଥପ୍ରସାଦ ଜେଏମ୍‌ଏଫ୍‌ସି କୋର୍ଟ ଶୁଭାରମ୍ଭ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ନୂତନ କୋଠା ଭିର୍ତ୍ତିପ୍ରସ୍ତର ସ୍ଥାପନ କରାଯିବ ସହ ଜଗନ୍ନାଥ ପ୍ରସାଦ ଠାରେ ସିଭିଲ୍‌ ଜଜ୍ ତଥା ଜେଏମ୍‌ଏଫ୍‌ସି କ‌ୋର୍ଟର ଶୁଭାରମ୍ଭ ହୋଇଛି l । ବୁଧବାର ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ.ଏସ ମୁରଲୀଧରନ୍‌ ଯୋଗ ଦେଇ ଏହାର ଶିଳାନ୍ୟାସ କରିବା ସହ ଶୁଭାରମ୍ଭ କରିଛନ୍ତି l ପ୍ରଥମେ ଅସ୍ଥାୟୀ ଭାବେ ଜଗନ୍ନାଥପ୍ରସାଦର ରାଜସ୍ବ ଡାକ ବଙ୍ଗଳା ଠାରେ ନିର୍ମାଣ ହୋଇଥିବା ଜେଏମ୍‌ଏଫ୍‌ସି କୋର୍ଟର ଉଦଘାଟନ କରିଥିଲେ l ଏହା ପରେ ଭଞ୍ଜନଗର ଠାରେ ନୂତନ କୋର୍ଟ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଥିଲେ l ଏହି କାଯ୍ୟକ୍ରମରେ ସମ୍ମାନିତ ଅତିଥି ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରୋଟକଲ୍ ଜଜ୍ ଡଃ.ବି.ଆର ଷଡ଼ଙ୍ଗୀ, ଜିଲ୍ଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା କୋର୍ଟର ରେଜିଷ୍ଟାର ସୁଶାନ୍ତ କୁମାର ମିଶ୍ର, ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ ଜିଲ୍ଲାର ସମସ୍ତ ବିଚାରପତି ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଆୟୋଜିତ ସାଧାରଣ ସଭାରେ ଓକିଲ ସଂଘ ପକ୍ଷରୁ ମୁଖ୍ୟ ବିଚାରପତି ଡଃ.ଏସ ମୁରଲୀଧର ଓ ପ୍ରୋଟକଲ୍ ଜଜ୍ ଡଃ.ବି.ଆର ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ ଭଞ୍ଜନଗର ଓକିଲ ସଂଘର ଗାରିମା ସମ୍ପର୍କରେ ଅବଗତ କରାଇଥିଲେ l ଏଥି ସହିତ କୋର୍ଟର ଆବଶ୍ୟକତା ସଂର୍ପକରେ ଆଲୋଚନା ହୋଇଥିଲା। କାଯ୍ୟକ୍ରମରେ ଭଞ୍ଜନଗର କୋର୍ଟର ସବ୍‌ଜଜ୍ ସୋମାଲିନା ମିଶ୍ର, ଏସ୍‌ଡିଜେଏମ୍‌ ଅମିତ୍‌ କୁମାର, ଜେଏମ୍‌ଏଫ୍‌ସି ପ୍ରଜ୍ଞା ରାଉତ ଉପସ୍ଥିତ ରହିଥିଲେ l ଆଇନଜୀବୀ ଅଶ୍ୱିନୀ କୁମାର ପାଣିଗ୍ରାହୀ ସଭା ସଂଯୋଜନା କରିଥିଲେ l ଓକିଲ ସଂଘର ସମ୍ପାଦକ ଅମରେଶ ମହାପାତ୍ର, ଉପସଭାପତି ଧୀରେନ ସ୍ବାଇଁ, ସହ ସମ୍ପାଦକ ଚନ୍ଦ୍ରମଣୀ ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ନାୟକ, ଦିବାକର ନାୟକ, ସନ୍ତୋଷ ତିଆଡି, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଅନିଲ ପଟ୍ଟନାୟକ, ଖରାଅଂଶୁ ଶେଖର ଦାସଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ l