ଗୁଣପୁର ପୌର ପରିଷଦରେ ସ୍ୱାୟତ ଶାସନ ଦିବସ ୨୦୨୨ ମହାଆଡମ୍ବରରେ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ ଜିଲ୍ଲା ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱାୟତ ଶାସନ ଦିବସ ୨୦୨୨ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ମମତା ଗୌଡ଼, ପୌର ପରିଷଦ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ , ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ଥିଲେ l

csp

ଏହି କାର୍ଯ୍ୟକ୍ରମକୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାଶ ପରିଚାଳନା କରିଥିବା ବେଳେ ପରିଷଦର ସମସ୍ତ କାଉନ୍ସିଲରମାନେ ଉପସ୍ଥିତ ରହିଥିଲେ l ମଞ୍ଚାସିନ ଅତିଥିମାନେ ଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଆଜିର ଦିବସରେ ୭ ଜଣଙ୍କୁ ହରିଶ୍ଚନ୍ଦ୍ର ସହାୟତା ଭତ୍ତା, ୫ ଜଣଙ୍କୁ ଭେଣ୍ଡିଙ୍ଗ ସାର୍ଟିଫିକେଟ ଏବଂ ୯ ଜଣଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ସହ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା l