ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ସ୍ଥିତ ମୁଣ୍ଡିଗଡ ପଞ୍ଚାୟତର ଖମନପଡା ଠାରେ ଏକ ମାର୍ମହୁନ୍ତ ଦୁର୍ଘଟଣା ଘଟିଛି l ମୃତ ବ୍ୟକ୍ତି ଜଣକ ନିଜ ଗ୍ରାମ ବୁଡାକୂଂଦେଲିରୁ ନିଜ ଶଶୁର ଘର ଖମନପଡା ଆସୁଥିଲେ I ଏହି ସମୟରେ ଖମନପଡା ଛକର ରାସ୍ତା କଡରେ ବାଇକ ରଖି ବାଇକ ଉପରେ ବସି ଥିବା ବେଳେ ଏକ ଧଳା ରଙ୍ଗର ସ୍କୋର୍ପିଓ ଦ୍ରୁତ ବେଗରେ ଆସି ତାଙ୍କୁ 20 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତା ମଝିରେ ପିଟିଥିଲା ଯାହାଫଳରେ ତାଙ୍କର ମୃତ୍ୟୁ ହେଇଛି l
ମୃତ୍ୟୁ ପରେ ଗ୍ରାମବାସୀ ତୁମୁଡିବନ୍ଧରୁ କଳାହାଣ୍ଡିକୁ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ଥିଲେ I ଯାହା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ମାଲବୁହା ଟ୍ରକ ସମେତ ଏକାଧିକ କାର ଅଟକ ରହିବାର ଦେଖିବାକୁ ମିଳିଛି l ଗ୍ରାମବାସୀଙ୍କ କହିବା ଅନୁଯାଇ ଯେଉଁପର୍ଯ୍ୟନ୍ତ ସରକାର କିମ୍ବା ଧକ୍କା ଦେଇଥିବା ସ୍କୋର୍ପିଓ ମାଲିକ ତାଙ୍କର ଦାବି ପୂରଣ କରିନାହାନ୍ତି ସେ ପର୍ଯ୍ୟନ୍ତ ଗ୍ରାମବାସୀ ରାଜରାସ୍ତା ଅବରୋଧ କରିବା ସହିତ ମୃତ୍ୟୁ ବ୍ୟକ୍ତିଙ୍କ ଶରୀରକୁ ବ୍ୟବଛେଦ ପାଇଁ ନେବାକୁ ଦେବୁନି ବୋଲି କହିଛନ୍ତି l ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କର 5 ଗୋଟି ଛୁଆ ଥିବା ବେଳେ ଗୋଟିଏ ଶିଶୁପୁତ୍ର ମାତ୍ର 6 ମାସର ହେଇଥିବାର ଜଣାପଡିଛି I ପରିବାରର ଭରଣପୋଷଣ ଏବଂ ତାଙ୍କ ପିଲା ମାନଙ୍କର ପାଠ ପଢ଼ାର ସହାୟତା ପାଇଁ ସରକାର ତାଙ୍କୁ କିଛି ସହାୟତା ପ୍ରଦାନ କରନ୍ତୁ ବୋଲି ଅଞ୍ଚଳ ବାସୀ ଏବଂ ପରିବାର ଦାବୀ କରିଛନ୍ତି I