ସାମ୍ବାଦିକଙ୍କୁ ଆଶ୍ଲିଳ ଭାଷା ପ୍ରୟୋଗ ଏବଂ ମାଡ଼ ମାରିବାକୁ ଧମକ ଦେବା ଘଟଣା,ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନର ଚେତାବନୀ ଦେଲେ ଗଣମାଧ୍ୟମ ପ୍ରତିନିଧି….
ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୧୮ ତାରିଖ ବିଲମ୍ବିତ ରାତ୍ରିରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ସାମ୍ବାଦିକଙ୍କ ଉପରେ ହୋଇ ଥିବା ଅସଦ ବ୍ୟବହାର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଘୁ.ଉଦୟଗିରି ଏବଂ ବାଲିଗୁଡ଼ା ଅଞ୍ଚଳରେ କର୍ଯ୍ୟ କରୁଥିବା କାର୍ଯ୍ୟରତ ସାମ୍ବାଦିକ I ଏହାକୁ ନେଇ ଆଜି ବାଲିଗୁଡ଼ା ଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇ ଥିଲା I
ଏହି ପ୍ରତିବାଦ ସଭାରେ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସଭାପତି ସନ୍ତୋଷ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା I ଏହା ସହ ଗଣମାଧ୍ୟମ ସଂଘ କନ୍ଧମାଳର ଉପ-ସଭାପତି ଗଗନ କୁମାର ପ୍ରଧାନ, ଉପ-ସଭାପତି ଫିଲିପ ଦିଗାଲ, ବାଲିଗୁଡ଼ା ଉପଖଣ୍ଡ ଗଣମାଧ୍ୟମ ସଂଘ ବାଲିଗୁଡ଼ାର ଉପ-ସଭାପତି ମାଧବ ଦାସଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ଥିଲେ I କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଦ ବ୍ୟବହାର ଘଟଣାର ଅଡିଓ ଭାଇରାଲକୁ ନେଇ କନ୍ଧମାଳ ଜିଲ୍ଲା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା I ଏହି ଘଟଣାକୁ ନେଇ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖା, କନ୍ଧମାଳ ଗଣମାଧ୍ୟମ ସଂଘ ଏବଂ ବିଭିନ୍ନ ସଂଘ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାଲିଗୁଡ଼ା ଏବଂ ଘୁ.ଉଦୟଗିରି ଉପଖଣ୍ଡ ଆରଖି ଅଧିକ୍ଷକଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା I
ଘଟଣା ଘଟିବାର ଏକ ସପ୍ତାହ ବିତି ଗଲାଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପୁଣି କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି I ଯଦି ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଅସଦ ବ୍ୟବହାର କରିଥିବା ପୁଲିସ କର୍ମଚାରୀଙ୍କ ଵିରୋଧରେ କୌଣସି କୋଠର ପଦକ୍ଷେପ ଗ୍ରହଣ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସଭାପତି ସନ୍ତୋଷ ଦାସ, ଗଣମାଧ୍ୟମ ସଂଘ କନ୍ଧମାଳର ଉପ-ସଭାପତି ଗଗନ କୁମାର ପ୍ରଧାନ, ଉପ-ସଭାପତି ଫିଲିପ ଦିଗାଲ ଏବଂ ମାଧବ ଦାସ ସୂଚନା ଦେଇଛନ୍ତି I