ବାତ୍ୟା ପ୍ରଭାବିତଙ୍କୁ ୭ଦିନ ପର୍ଯ୍ୟନ୍ତ ରିଲିଫ ପ୍ରଦାନ କରାଯିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି I ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ଦିନ ପର୍ଯ୍ୟନ୍ତ ରିଲିଫ ପ୍ରଦାନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବାତ୍ୟା ପ୍ରଭାବିତଙ୍କୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦିଆଯିବ I ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ରିଲିଫ ମିଳିବ I ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତାକୁ ୨୪ଘଣ୍ଟା ମଧ୍ୟରେ ମରାମତି କରାଯିବ I ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ସହ ବାତ୍ୟା ମୁକାବିଲା ଲାଗି ପ୍ରଶାସକ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି I