ବିଜେପି ଯୁବମୋର୍ଚ୍ଚା ମଣ୍ଡଳ କର୍ମକର୍ତ୍ତାଙ୍କ ନାମ ଘୋଷଣା……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଠାରେ ଅବସ୍ଥିତ ସୁଭଦ୍ରା ଉଦ୍ଧବ ଶୈଣ୍ଡିକ ମଙ୍ଗଳ ଭବନ ପରିସରରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ମଣ୍ଡଳ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି l ଜିଲ୍ଲା ଉପସଭାପତି ଶ୍ରୀ ଯୁକ୍ତ ରାମକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାମଚନ୍ଦ୍ର ବେହେରା, କୋରାପୁଟ ଜିଲ୍ଲା ପ୍ରଭାରୀ ବିରଭଦ୍ର ଆଚାରି, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ସୁସିଳା ସରାଫ୍ ମଞ୍ଚାସିନ ଥିଲା ବେଳେ ସଭାପତି ଶ୍ରୀ ଯୁକ୍ତ ପଣ୍ଡା କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ l ଶ୍ରୀ ଯୁକ୍ତ ନରେନ୍ଦ୍ର ନାଗ ସଭାପତି ସୁମନ ପେରସିକା, ଉମାଶଙ୍କର ପାତ୍ର, ଉପ ସଭାପତି ସୁବାସ ପ୍ରାସ୍କାକା ସାଧାରଣ ସମ୍ପାଦକ, ରାକେଶ୍ ଶିକା ଶିଲୁବାଘ ଶଙ୍କର ବେହେରା ଶ୍ରୀନୁବାସ ପାତ୍ର, ରାମଚନ୍ଦ୍ର ପିଡିକାକା, ଅଧ୍ୟକ୍ଷ ଥିଲାବେଳେ ଗଣମାଧ୍ୟମ ସାମାଜିକ ଗଣମାଧ୍ୟମ ଶୃଙ୍ଖଳା ଅଧିକାର ଏବଂ ଆଇନ ରକ୍ତ ଦାନ ବେଟି ବାଚାଓ ବେଟି ପାଢାଓ ସ୍ବଛ ଭାରତ ଓ ଯୋଗ ସାମାଜିକ ସଙ୍ଗଠନ ଏବଂ ସମବାୟ ସମିତି ଖେଲୋ ଇଣ୍ଡିଆ ନୂତନ ମତଦାତା ଆତ୍ମନିର୍ଭର ଭାରତ ପ୍ରକୋଷ୍ଠ ପାଇ ଯଥାକ୍ରମେ ଧନୁ କୁଶୁଲିଆ, କୃଷ୍ଣ ନାଗ, ଅଧିବକ୍ତା ମନୋଜ ପାତ୍ର, ଶୁସିଲା ସରାଫ୍ , ରୁନୁଶିକା, ସୁନ୍ଦର ରାଜ, ସୁବାଷ ପ୍ରାସକାକା ଗରିବ ଗରଡିଆ, ସିଲୁ ବାଘ ଏବଂ ଭୀ ନବୀନ କୁମାରରଙ୍କ ନାମ ଘୋଷଣା କରାଯାଇଥିଲା l ଏହା ସହ ୪୧ଜଣିଆ କାର୍ଯ୍ୟ କାରିଣୀ କମିଟିର ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା l ପ୍ରକାଶ ଥାଉକି ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଶୀବ ପଟ୍ଟନାୟକ ଏବଂ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଯୁକ୍ତ ନିଳାନ୍ଦ୍ରୀ ପାତ୍ରଙ୍କ ଦ୍ଵାରା ସମସ୍ତ କର୍ମକର୍ତ୍ତାଙ୍କ ମନୋନୟନ ଅନୁମୋଦିତ ହୋଇଥିଲା l ଆଜି ତ୍ରିରଙ୍ଗା ପଦଯାତ୍ରା ଉପରାନ୍ତ ସମିଲନୀରେ ସମସ୍ତଙ୍କ ନାମ ଘୋଷଣା କରାଯାଇଥିଲା ଉତ୍ତରୀୟ ଏବଂ ପୁଷ୍ପ ଗୁଛ ପ୍ରଦାନ କରାଯାଇଥିଲା କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା l ଯୁବମୋର୍ଚ୍ଚା ମଣ୍ଡଳର ସଭାପତି ଶ୍ରୀ ନରେନ୍ଦ୍ର ନାଗ ଧନ୍ୟବାଦ ଅର୍ପଣ କରିଥିଲେ l