ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସଦର ମହକୁମା ଠାରେ ଆଜି ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱତନ୍ତ୍ରତାର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଆଜାଦୀକା ଅମୃତ ମହତ୍ସଵ ପାଳନ ଏବଂ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅଭିଯାନ ଆଭିମୁଖ୍ୟ ନେଇ ଉତ୍ସାହ ଉଦ୍ଦୀପନାର ସହ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଯାଇଛି l ଦଳମତ ନିର୍ବିଶେଷରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶାତ୍ମବୋଧ ସଂଗୀତର ତାଳେ ତାଳେ ଭାରତ ମାତା କି ଜୟ, ବନ୍ଦେ ମାତାରାମ ଧୂନି ଦେଇ ମୁନିଗୁଡା ମହା ବିଦ୍ୟାଳୟ ଛକ ଠାରୁ ସହର ପରିକ୍ରମା ପୂର୍ବକ ମୁନିଖୋଲ ସ୍ଥିତି ଶ୍ରୀ ଶ୍ରୀ ବାସବୀ କନ୍ୟକା ପରମେଶ୍ବର ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ପଦ ଯାତ୍ରାରେ ଯାଇ ପ୍ରତ୍ୟାବର୍ତ୍ତନ କରିଥିଲେ l ଏହି ସମୟରେ ଲମ୍ଵ ଏବଂ୯ଫୁଟ ପ୍ରସ୍ତ ବିଶିଷ୍ଟ ବିଶାଳ ତ୍ରିରଙ୍ଗା ପତାକାକୁ ଉର୍ଦ୍ଧରେ ତୋଳି ଧରିଥିବା ଦେଖା ଦେଇଛି l