ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତାର ୭୫ ତମ ବର୍ଷ ଫୁର୍ତ୍ତି ଅବସରରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶ କ୍ରମେ ସାରା ଦେଶରେ ଅଗଷ୍ଟ ୯ ତାରିଖରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ କ୍ରାନ୍ତି ଦିବସ ପାଳନ କରା ଯାଉଅଛି I ଆମ ଦେଶର ସ୍ୱାଧୀନତା ନିମନ୍ତେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଲାଲବାହାଦୁର ଶାସ୍ତ୍ରୀ ଭଳି ଅନେକ ମହାପୁରୁଷ ବଳିଦାନ ଦେଇ ଯାଇଛନ୍ତି I
ସେମାନଙ୍କ ସ୍ମୃତି ଉଦେଶ୍ୟରେ ଆଜି ଘୁ.ଉଦୟଗିରି ନଗର କଂଗ୍ରେସ କମିଟି ତରଫରୁ ଏକ ପଦ ଯାତ୍ରା ବ୍ଲକ କାର୍ଯ୍ୟାଳୟ ଠାରୁ ବାହାରି ଗାନ୍ଧୀ ଛକ, ଚକରା ବିଷୋୟୀ ଛକ ଦେଇ ନୂଆ ହାଟପଦା ଠାରେ ଶେଷ ହୋଇଥିଲା I
ଆଜିର ଏହି ଗୌରବମୟ ପଦ ଯାତ୍ରାରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ତତ୍ୱାବଧାନରେ ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ତଥା ଏନଏସି କାଉନସିଲର ଯାକେଶ ପ୍ରଧାନ, ବ୍ଲକ ସଭାପତି ସଦାନନ୍ଦ ନାୟକ, ନଗର ସଭାପତି ଗଗନ କୁମାର ପ୍ରଧାନ, ସୂର୍ଯ୍ୟକାନ୍ତ ନାୟକ, ହିରେନ ନାୟକ, ସୁଧୀର ଦିଗାଲ, ଅବକାଶ ନାୟକ, ରୁପେଶ ନାୟକ, ଦିବାକର ନାୟକ, ଧନଞ୍ଜୟ କଁହର ଏବଂ ଆମୋଶ ନାୟକଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ I