ମନରେଗା କାମରେ ଦୁର୍ନୀତି ଅଭିଯୋଗ, ପାଞ୍ଚ ମାସ ହେଲା ମିଳିପାରୁନି କିରୋସିନି……

ଜିଲ୍ଲାପାଳ, ପିଡି ଡି ଆର୍ ଡିଏ ଏବଂ ସାମ୍ବାଦିକ ତଥା ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲଙ୍କ ଦ୍ୱାରସ୍ତ ହେଲେ ସରପଞ୍ଚ ଙ୍କ ସହ ସମସ୍ତ ୱାର୍ଡ଼ ମେମ୍ବର୍ ....

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଡଡିଙ୍ଗିଆ ପଞ୍ଚାୟତ ରେ କାର୍ଯ୍ୟରତ (G R S ) ମନରେଗା କାମ ରେ ଦୁର୍ନୀତି କରିବା ସହ ଲେବର୍ କାର୍ଡ କରିଦେବା ନିମନ୍ତେ ( ୭.୫୦୦ ) ଟଙ୍କା ଲାଞ୍ଚ ନେଉଥିବା ଡଡିଙ୍ଗିଆ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବୀକାଙ୍କୁ ଅନ୍ୟତ୍ର ବଦଳି କରିବା ନିମନ୍ତେ ଡଡ଼ିଙ୍ଗିଆ ପଞ୍ଚାତର ସରପଞ୍ଚ ଏବଂ ସମସ୍ତ ୱାର୍ଡ଼ ମେମ୍ବର୍ମାନେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ମହୋଦୟ ଏବଂ D R D A , P D ଓ ସାମ୍ବାଦିକ ତଥା  ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଙ୍କୁ ଲିଖିତ ଓ ମୌଖିକ ଅଭିଯୋଗ ଦେଇଛନ୍ତି । ଗରିବଙ୍କ ଝାଳ ବୁହା ଟଙ୍କାକୁ ହଡ଼ପ କରି ବହୁ ଦୁର୍ନୀତି କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚଙ୍କ ସହିତ ସମସ୍ତ ୱାର୍ଡ଼ ମେମ୍ବର୍ । ଗ୍ରାମ ରୋଜଗାର ସେବୀକା ଜଣକ କିଛି ମୁଷ୍ଠିମୟୀ ରାଜ ନେତାଙ୍କ ଛତ୍ର ଛାୟା ତଳେ ରହି ଏଭଳି ଗରିବ ନିରୀହ ଲୋକଙ୍କ ଝାଳ ବୁହା ଟଙ୍କାକୁ ହଡ଼ପ କରୁଥିବା ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟର ଖାଉଟି ଉପଭକ୍ତାମାନେ ପାଞ୍ଚ ମାସ ହେଲାଣି  କିରୋସିନି ମଧ୍ୟ ପାଇପାରୁ ନଥିବାରୁ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ । ତେଣୁ  ଏଭଳି କର୍ମଚାରୀଙ୍କୁ ତୁରନ୍ତ ଡଡିଙ୍ଗିଆ ପଞ୍ଚାୟତରୁ ଅନ୍ୟତ୍ର ବଦଳି ନ କଲେ ପଞ୍ଚାୟତରେ ଅନିର୍ଧିଷ୍ଟ କାଳ ପାଇଁ ତାଲା ପକାଯିବେ ବଲି  ସରପଞ୍ଚଙ୍କ ସହିତ ସମସ୍ତ ୱାର୍ଡ଼ ମେମ୍ବର୍ ଚେତାବନୀ ଦେଇଛନ୍ତି l