ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ଝାଡାବାନ୍ତି ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ମୋହନା ବ୍ଲକ ଅଧ୍ୟକ୍ଷ……
ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁରରେ ଝାଡାବାନ୍ତି ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ମୋହନା ବ୍ଲକ ଅଧ୍ୟକ୍ଷ l ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣରୁ ଉର୍ଦ୍ଧ ଆକ୍ରାନ୍ତ ହୋଇ ମୋହନା ମେଡିକାଲରେ ଭର୍ତି ହୋଇ ଚିକିସ୍ଚିତ୍ ହେଉଥିବା ସୁଚନା ମିଳିଛି l ସୁଚନା ମିଳିବାପରେ ଆଜି ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ମୋହନା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଂଜୀବ ଶବର, ବିଜେଡି ତଥା ଆଦିବାସୀ ନେତା ହାଡ଼ିଆ କନ୍ଧ, ଜିଲ୍ଲା ପରିଷଦ ଚନ୍ଦ୍ର କୁମାର ମଲ୍ଲିକ, ସୁନୀଲ କୁମାର ବିଷୋୟୀ, ଜିଲ୍ଲା ପରିଷଦ ଉପସଭାପତି କୁନ୍ତଳା ମଲ୍ଲିକ ସମେତ ବିଜେଡିର ପ୍ରମୁଖ କର୍ମି ଗୋବିନ୍ଦପୁର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମୃତ୍ୟୁ ପରିବାରକୁ ସମବେଦନା ଜଣେଇଥିଲେ l ଏହାସହ ଆକ୍ରାନ୍ତ ପରିବାରକୁ ଆର୍ଥିକ ସାହାଯ୍ୟ ୫୦୦୦ ଟଙ୍କା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ପରିଷଦ ସଭାପତି l ତେବେ ଗୋବିନ୍ଦପୁରରେ ପହଂଚି ସ୍ଥିତି ଅନୁସନ୍ଧାନରୁ ଜଣାପଡିଲା ଡ୍ରେନେଜ ଆବର୍ଜନା ପାଣି ପିଇବା ପାଣି ଟାଙ୍କିରେ ପସି ଯିବା ସହ ଗାଁର ପରିବେଶ ଆବର୍ଜନା ଯୋଗୁ ଏହି ରୋଗ ବ୍ୟାପୀ ଥିବା ଦେଖୁବାକୁ ମିଳିଛି l ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣା ଥିବା ସୂଚନା ମିଳଛ।