ବିଜ୍ଞାନ ଭାରତୀ ଟ୍ରଷ୍ଟି ଓ ରାଜ୍ୟ ସରକାର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡିର ବେତଗୁଡା ଠାରେ ତାଲିମ କେନ୍ଦ୍ର ଉଦଘାଟିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ବିଜ୍ଞାନ ଭାରତୀ ଟ୍ରଷ୍ଟି ଓ ରାଜ୍ୟ ସରକାର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡିର ବେତଗୁଡା ଠାରେ ଏକ ଅନୁଷ୍ଠାନ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା I

csp

ଏହି ଅନୁଷ୍ଠାନ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ଦେବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ତଥା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଯୋଗାଇ ଦେବାରେ ସହାୟକ ହେବ ବୋଲି କହିବା ସହ ସୁବିନିଯୋଗ କରିବାକୁ କହିଛନ୍ତି ଜିଲ୍ଲାପାଳ I ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଜି ତିରୁପତି ରାଓ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା ଓ ହାଇଟେକ ଗ୍ରୁପର ନିର୍ଦ୍ଦେଶୀକା ଶ୍ରୀମତୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ, ବିଜ୍ଞାନ ଭାରତୀ ଅନୁଷ୍ଠାନର ନିର୍ଦ୍ଦେଶକ ଇଂଜିନିୟର ରୁପେଶ ପାଣିଗ୍ରାହୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ I