ଅନୁସନ୍ଧାନ ଭାରତ(ବ୍ୟୁର): ଭାରତର ସ୍ବାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ” ଆଜାଦୀ କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାରଙ୍କ ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗୀତାରେ ଦ୍ୱିତୀୟ କାର୍ଯ୍ୟକ୍ରମ ରୂପେ ଆଜି ଗଜପତି ଜିଲ୍ଲାର ରା.ଉଦୟଗିରି ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗାବରା ତିରୁପତି ରାଓ ଯୋଗ ଦେଇ ଗଜପତି ଜିଲ୍ଲାରେ ବିଦ୍ୟୁତକ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ଉଲ୍ଲେଖ କରିବା ସହିତ ବିଦ୍ୟୁତ ଅପଚୟ ରୋକିବା ଉପରେ ଗୁରୁତ୍ବ ଆରୋପ କରିଥିଲେ I ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ବିଦ୍ୟୁତ ଉତ୍ପାଦନ, ସରବରାହ ଓ ବିତରଣ ବ୍ୟବସ୍ଥାରେ ଉପୁଜୁଥିବା ସମସ୍ୟା ଗୁଡିକ ଉପରେ ଦୃଷ୍ଟିପାତ କରିଥିଲେ ଏବଂ ସୌରଉଜ୍ୟାର ଉପଯୋଗୀତା ଓ ଭବିଷ୍ୟତରେ ତାହାର ବହୁଳ ପ୍ରଚଳନ ଉପରେ ଗୁରୁତ୍ବ ଦେଇଥିଲେ I 



ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ଗଜପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଯୋଗ ଦେଇ ଏପରି କାର୍ଯ୍ୟକ୍ରମର ଉପଯୋଗୀତା ଏବଂ ସୁରକ୍ଷିତ ଓ ସୁଲଭ ବିଜୁଳି ବ୍ୟବହାର ଉପରେ ନିଜର ମତାମତ ପୋଷଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ରା.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ମୋହନାର ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଓ ରା.ଉଦୟଗିରି ବ୍ଲକ ଉପଧକ୍ଷ୍ୟା ବିଜୟଲକ୍ଷ୍ମୀ ପଟ୍ଟନାୟକ ଯୋଗ ଦେଇ ବିଦ୍ୟୁତର ବିଭିନ୍ନ ଉପଯୋଗୀତା ଏବଂ ବିଦ୍ୟୁତ ସଂରକ୍ଷଣ ଉପରେ ନିଜ ନିଜର ମତାମତ ପୋଷଣ କରିଥିଲେ ଓ NTPC , OPTCL ଏବଂ TPSODL କୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଭୁଇୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I ମୁଖ୍ୟ ବକ୍ତା ରୂପେ OPTCL DGM ଦାମୋଦର ପ୍ରସାଦ ପାତ୍ର , କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ବିଦ୍ୟୁତକ୍ଷେତ୍ରରେ ବିଗତ ୮ବର୍ଷରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତି ଉପରେ ବିସ୍ତାର ରୂପେ ବର୍ଣ୍ଣନା କରିଥିଲେ I କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବାପାଇଁ ଓଡିଶୀନୃତ୍ୟ ଓ ଲୋକନାଟ ପ୍ରଦର୍ଶନ କରାଯାଇଥିଲା I ସୁରକ୍ଷିତ ବିଦ୍ୟୁତ ବ୍ୟବହାର , ସଂରକ୍ଷଣ ଇତ୍ୟାଦି Audio – Video visuals ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା I ଏତଦବ୍ୟତୀତ ବିଦ୍ୟୁତ କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟକଳାପ ଗୁଡିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା I ଏହି କାର୍ଯ୍ୟକ୍ରମ NTPC ସୌଜନ୍ୟରେ ଓ OPTCL ଏବଂ TPSODLର ସହଯୋଗୀତାରେ ଆୟୋଜନ କରାଯାଇଥିଲା I ଉକ୍ତ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା ‘କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ଏବଂ ବିଦ୍ୟୁତର ସଦୁପଯୋଗ ଓ ସୌରଉଜ୍ୟାର ସୁଫଳ ଉପରେ ସଚେତନତା ଜାଗ୍ରତ କରିବା I କାର୍ଯ୍ୟକ୍ରମର ଶେଷରେ ବରିଷ୍ଟ ମ୍ୟାନେଜର NTPC ରମାକାନ୍ତ ଦାଶ ଆମନ୍ତ୍ରିତ ଅତିଥ୍ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିବାବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ସାମିଲ ଥିଲେ I