ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ସିର୍କୀ ଘାଇ ନିକଟରେ ବନବିଭାଗ ଅଧୀନସ୍ଥ ନର୍ସରୀ ପରିସର ମଧ୍ୟରେ “ପ୍ରେସ କ୍ଲବ” ପକ୍ଷରୁ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଯୋଗ ଦେଇଥିବା ବେଳେ ବନବିଭାଗ ଅଧିକାରିଣୀ ମିନାକ୍ଷୀ କୁମୁରା ସମସ୍ତ ଚାରା ରୋପଣ କାର୍ଯ୍ୟକ୍ରମ ଦାୟିତ୍ୱ ପରିଚାଳନା କରିଥିଲେ I ବୃକ୍ଷ ହିଁ ଜୀବନ ଏବଂ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ନିହାତି ଜରୁରୀ ଏବଂ ପରିବେଷ ଉପରେ ନିଜ ନିଜ ମତା ମତ ରଖିଥିଲେ I
ସେହିପରି ଭାବରେ ସ୍ଥାନୀୟ ତହସିଲଦାର ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇ କହି ଥିଲେ କି ମାନବ ସମାଜର ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ ରହିଛି I ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ରାମକୃଷ୍ଣ ଚୌଧୁରୀ, ଅରୁଣ କୁମାର ଷଡ଼ଙ୍ଗୀ, ପ୍ରସନ୍ନ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ପାଢ଼ୀ, ଗଗନ କୁମାର ପ୍ରଧାନ, ଅନିଲ କୁମାର ଦଳବେହେରା, ଚନ୍ଦ୍ରଶେଖର ପାଢ଼ୀ, ସାମନ୍ତ ଶେଖର ନାୟକ, ସୁଜିତ କୁମାର ସାହୁ, ଏନ. ରାଜା ରାଓ ଏବଂ କେ. ଲିଲିମା ରାଓ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ I ଶେଷରେ ବନରଖି ପ୍ରବୀଣ କୁମାର ଦାସ ଉପସ୍ଥିତ ସମସ୍ତ ପ୍ରେସ କ୍ଲବର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ମୁଖ୍ୟ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I