ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ପତ୍ରପ୍ରଦାନ, ଦାବି ପୁରଣ ନ ହେଲେ ସଚିବାଳୟ ଘେରାଉ ଏବଂ ଗର୍ଜନ ସମାବେଶ……

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ରାଜ୍ୟ ଶାଖା ସଭାପତି ବିଜୟ ମଲ୍ଲଙ୍କ ନିର୍ଦେଶରେ ଗୁଣପୁର ଟାଉନ ହଲ ଠାରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ରାୟଗଡା ଶାଖା ତରଫରୁ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଓଡିଶା ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ ଓ ଚୁକ୍ତିଭିତ୍ତିକ କାର୍ଯ୍ୟ ସମୟ ୬ବର୍ଷ ଅବଧିକୁ ସାମିଲ କରିବା ନିମନ୍ତେ ଏକ ଦସ୍ତଖତ ଅଭିଯାନ ଓ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥି ସହ ବୈଠକରେ ଏକ ସ୍ମାରକପତ୍ର ସ୍ଵାକ୍ଷର କରାଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥି ସହ ପର୍ଯ୍ୟାୟ କ୍ରମେ ବ୍ଲକ ସ୍ତରରେ ଏହି ଦସ୍ତଖତ ଅଭିଯାନ ଓ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି । କର୍ମଚାରୀ ମାନେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯଥା ଶୀଘ୍ର ଚୁକ୍ତିଭିତ୍ତିକ ପ୍ରଥା ଉଛେଦ କରିବେ ବୋଲି ଆଶା ବାନ୍ଧି ଥିବା କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସଙ୍ଘର ଉପଦେଷ୍ଟା ସଞ୍ଜିତ ପଣ୍ଡା, ଅକ୍ଷୟ ପଣ୍ଡା ଓ କାର୍ଯ୍ୟକାରୀ ସଦସ୍ୟ ପ୍ରସନ୍ନ ପଣ୍ଡା, ସୁନୀଲ ପାଣିଗ୍ରାହୀ ଏବଂ ଗୁଣପୁର ଉପଖଣ୍ଡରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରୁ ଏମ ଭାଗ୍ୟଶ୍ରୀ, ଅଞ୍ଜଳି ମିଶ୍ର , ମୁନା ସାହୁ, ଶୁଭାଶିଷ ସ୍ୱାଇଁ, ନନ୍ଦିତା ଶବର, ଆଶୁତୋଷ ହୋତା, ରାଜେଶ ସାହୁ, ସୁଶାନ୍ତ ଦାସ, ବିନୋଦ ଶବର ପ୍ରମୁଖ ଉପସ୍ଥିତ ଥିଲେ ।