ରାୟଗଡା ଜିଲ୍ଲା ଗୁଣପୁର କଲେଜରେ ଉଦ୍ଭିଦ ବିଜ୍ଞାନ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର କଲେଜ ଉଦ୍ଭିଦ ବିଜ୍ଞାନର ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ବିଦାୟ କାଳିନ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତିତ୍ବ କରିଥିଲେ । ମୂଖ୍ୟ ଅତିଥି ଭାବେ ରାସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ ଡନିଳ ମାଧବ ଦାସ ଯୋଗଦେଇଥିଲେ । ମୂଖ୍ୟ ବକ୍ତା ଭାବେ ରାସାୟନିକ ବିଜ୍ଞାନର ପ୍ରାଧ୍ୟପକ ଶଶି ଭୂଷଣ ମହାନ୍ତି ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଉଚ୍ଚ ଶିକ୍ଷା ଲାଭ କରି ସୁନାଗରିକ ହେବା ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅମୀୟ ମହାନ୍ତି ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ବନ୍ଦିତା ଧରୁଆ, ନମିତା ମୁଦୁଲି , ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଉଦ୍ଭିଦ ବିଜ୍ଞାନରୁ ମୂଖ୍ୟ ଜିମେହେଶ୍ବର ରାଓ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରୀକ୍ଷାଗାର ସହାୟିକା ଜ୍ୟୋତ୍ସ୍ନାରାଣି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପାଠଚକ୍ରର ସଂପାଦକ ପ୍ରବିଣ ପାଣି, ସୁମନ ସାମଲ ସହଯୋଗ କରିଥିଲେ । ଏଥିରେ ସାଇ ସ୍ମିତା ପାଣିଗ୍ରାହୀ, ଚିକୁ ଓ ଆଶୁତୋଷ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଆଲୋଚନା ଚକ୍ର ପୁସ୍ତକ ମଧ୍ୟ ଉନ୍ମୋଚନ ହୋଇଥିଲା ।