ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ମେଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ୨୦୨୨ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାରେ ଶିକ୍ଷାବିଭାଗ ଦ୍ଵାରା ପରିଚାଳିତ ସ୍କୁଲଗୁଡ଼ିକ ମଧ୍ୟରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଓ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ପରିଚାଳିତ ଆଶ୍ରମ ସ୍କୁଲ ଗୁଡିକର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରକରି ସଫଳତା ଅର୍ଜନ କରିଥିବ ଛାତ୍ରଛାତ୍ରୀ ତନୁଶ୍ରୀ ଆଚାର୍ଯ୍ୟ ୫୮୦ନମ୍ବର ରଖି ଜିଲାରେ ପ୍ରଥମ, ଶ୍ରାବଣୀ ଦାଶ ୫୭୮ ଦ୍ୱିତୀୟ ଓ ଅଙ୍କିତା ଭୋଇ ୫୭୪ ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ୩ ଜଣ ଓ ମଙ୍ଗଳ ବିଭାଗର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମୁଣ୍ଡାଗାଁ ସ୍କୁଲର ଡଲିମା ପ୍ରଧାନ ୫୫୦, ଶିବାନୀ କହଁର ୫୪୬, ଓପାର୍ବତୀ ପାଣିଗ୍ରାହୀ୫୪୨ ନମ୍ବର ରଖିଥିବା ତିନିଜଣ ଏପରି ମୋଟ ୬ଜଣଙ୍କୁ ମଙ୍ଗଳବାର ଫୁଲ ବାଣୀଠାରେ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମାନପତ୍ର, ଫୁଲତୋଡ଼ା ସହ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲ । ସେହିପରି ବୟସକୁ ପଛରେ ପକାଇ ଷାଠିଏ ବର୍ଷ ବୟସରେ ମଧ୍ୟ ଶିକ୍ଷାକୁ ଗୁରୁତ୍ଵ ଦେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଲୁଇସିଂର ସରପଞ୍ଚ ସୁଦର୍ଶନ କହଁର ମଧ୍ୟ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବାରୁ ସେ ଦୁଇଜଣଙ୍କୁ ମଧ୍ୟ ପ୍ରେସ କ୍ଳବ ପକ୍ଷରୁ ମାନପତ୍ର ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବରୀଷ୍ଠ ସାମ୍ବାଦିକ ତଥା ପ୍ରେସ କ୍କବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଅଙ୍ଗଦ କହଁର ଯୋଗଦେଇଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା, ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ,ବିଇଓ ରଞ୍ଜନ କହଁର ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, କାର୍ଯ୍ୟକlରି ସଭାପତି ଅଶୋକ ପରିଡ଼ା, ଉପସଭାପତି ସୁନୀଲ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ଵଳମୟ ଭବିଷ୍ୟତ ଓ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସେହିପରି ସମ୍ମାନ ପାଇବାକୁ ହେଲେ ଭଲ ପାଠ ପଢିବା ଜରୁରୀ । ପରିଶ୍ରମ କିଭଳି ଏକ ଉନ୍ନତ ରାସ୍ତାରେ ପହଞ୍ଚାଇ ଦିଏ l ତାର ଉଦାହରଣ ଦେଇଥିଲେ ମୁଖ୍ୟଅତିଥି ବିଧାୟକ କହଁର l ସେହିପରି ବିଧାୟକ କହଁର କହିଥିଲେ ଯେ ଶିକ୍ଷା ହେଉଛି ସାମଗ୍ରୀକ ବିକାଶର ମାର୍ଗ । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହଁ। କରାଇବାକୁ ସରକାର ଅନେକ ଯୋଜନା କରିଥିବା କହିଥିଲେ । ସେହିପରି ସ୍ଵାତୀ ସଂପାଦକ ଇଁ. ହରିଶଙ୍କର ରାଉତ ମଧ୍ୟ ଶିକ୍ଷାର ବିକାଶପାଇଁ ଅଭିଭାବକମାନଙ୍କ ଗୁରୁ ଦାୟୀତ୍ଵ ରହିଥିବା କହିଥିଲେ । ସମ୍ପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଦେଇଥିଲେ l ଅଶୋକ ମହାନ୍ତି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।