ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ……….

ଅନୁସନ୍ଧାନ ଭାରତ(ବ୍ୟୁର): ଏଆଇସିସି ଓ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ କମିଟି ନୂଆପଡ଼ା ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l କେନ୍ଦ୍ରର ବିଜେପି ସରକାର ଇଡି ଓ ସିବିଆଇ ଲଗେଇ ଅଗଣତାନ୍ତ୍ରିକ ଭାବେ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କୁ ବାରମ୍ବାର ସମନ କରା ଯାଉଛି ବୋଲି ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯିବା ସହ ଦୃଢ଼ ନିନ୍ଦା କରାଯାଇଛି l ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗରେ ଚାଲି କେନ୍ଦ୍ର ସରକାରଙ୍କ ଭୁଲ ନୀତି ଓ କାର୍ଯ୍ୟକଳାପକୁ ବିରୋଧ କଲେ ବିରୋଧୀଙ୍କ କଣ୍ଠରୋଧ କରିବାକୁ ସର୍ବଦା ପ୍ରୟାସ କରୁଛି ଏବଂ ଠିକ୍ ସେଭଳି କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସହ ହୋଇଛି ବୋଲି ଜିଲ୍ଲା  କଂଗ୍ରେସ ସଭାପତି ଘାସିରାମ ମାଝୀ ମତବ୍ୟକ୍ତ କରିଥିଲେ I ଏହାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ୨ ଦଫା ସମ୍ବଳିତ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମ୍ ଶ୍ରୀ ଅଗସ୍ତି ପ୍ରଧାନଙ୍କ ଜରିଆରେ ପ୍ରଦାନ କରାଗଲା I ଯଥାଶୀଘ୍ର ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ସମନ୍ କରିବା ବନ୍ଦ କରନ୍ତୁ ଏବଂ ବିଜେପି ସରକାରଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ଥିଲା I ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଆଗାମୀ ଦିନରେ ତିବ୍ରୋ କରାଯିବ ବୋଲି ଜିଲ୍ଲା ସଭାପତି ଘାସିରାମ ମାଝୀ ଚେତାବନୀ ଦେଇଛନ୍ତି I ଏହି ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଶ୍ରୀ ଘାସିରାମ ମାଝୀଙ୍କ ସହ ବରିଷ୍ଠ କଂଗ୍ରେସ ନେତା ହାଲ୍ଲା ସିଂ, ଜିଲ୍ଲାପରିଷଦ ସଭ୍ୟ ଭରତ ଲାଲ ରାଉତ, ବିଧାନସଭା ଯୁବ କଂଗ୍ରେସ ସଭାପତି ଶ୍ରୀ ଶାହାରୁଖ୍ ଖାନ୍, କିଷାନ କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ସାହୁ, ପିସିସି ସଭ୍ଯ ମୋତି ରାୱଲ, ଡଃ. ଅଶ୍ଵିନି ବୈଷ୍ଣବ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୌରଭ ଚନ୍ଦ୍ରକାର, କୋମନା ବ୍ଲକ ସଭାପତି କୈଳାସ ଚନ୍ଦ୍ର ବାଗ, ସଦର ବ୍ଲକ ସଭାପତି ଜଗଦିଶ ସାହୁ, ଜିଲ୍ଲା ଯୁବ ସମ୍ପାଦକ ଜୟଦେବ ମାଝୀ, ଛବି ପାଣ୍ଡେ, ଛଗନ ପଟେଲ,  ଜିତୁ ସାହୁ, ଅଶ୍ୱନ ଦେୱାଙ୍ଗନ, ଗଣ୍ଡାରାମ ମାଝୀ, ଶୁଭମ୍ ଅଗସ୍ତି, ଧରମସିଂ ଠାକୁର, ବିନୋଦ ଜଗତ, ମହେଶ୍ଵର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l