ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ ଓ ଆରୋଖୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନକୁ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ଜୋରଯାର ପ୍ରତିବାଦ ଏବଂ ବିକ୍ଷୋଭ କରାଯାଇଛି l

ଏହି କାର୍ଯକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହ୍ନର, ସୋସିଆଲ ମେଡ଼ିଆ ଚ୍ୟାରମ୍ୟାନ ନନ୍ଦ କିଶୋର ଦାଶ, ହେମନ୍ତ କର, ସୂର୍ଯ୍ୟକାନ୍ତ ଦାଶ, ମହିଳା କଂଗ୍ରେସ ସଭାପତି ରୁଦା ମଲ୍ଲିକ, ନଗର ସଭାପତି ଶିବ ଶଙ୍କର ବେହେରା, ଆଇଏନଟିଉୟୁସି ସଭାପତି ଘନ କୁମାର ଶବର, ଅମୀର ଚାନ୍ଦ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ବଳଦେବ ବେହରା, ଗୌର ଚରଣ ବେହେରା, ବିଳାସିନୀ ନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାଶ, ନୁରସିଂହ ଶତପଥୀ, ବିଦ୍ୟାଧର ମଲିକ, ଜିଲାପରିଷଦ ସଦସ୍ୟ ଜିରିମିୟ ସୁନମାଝି ପ୍ରମୁଖ ଉପସ୍ଥିତ ରହି ବିଜେପି ସରକାର ବିରୁଦ୍ଧରେରେ ବର୍ଷି ଥିଲେ l