ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ସ୍ଵଛ ଗ୍ରାମ ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଶ୍ରୀ ଦୁତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ତତ୍ତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତ ବାଞ୍ଜିପଦା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଆୟୋଜିତ କାର୍ଯ୍ୟକ୍ରମରେ ନେହରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ଵେଛା ସେବୀ ସନତ କୁମାର ସାହୁଙ୍କ ଉପସ୍ଥିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଖୋଳାଝରକା ଯୁବ ଅନୁଷ୍ଠାନ ବାଞ୍ଜିପଦାରର ସଭାପତି ମିଟୁ ସାହୁ, ସମ୍ପାଦକ ବିବେକାନନ୍ଦ ସାହୁ ପିଙ୍କୁ ସୁନା, ପ୍ରଭାକର ସାହୁ, କୁରୁପତି, ଜଗନ୍ନାଥ, ରାଜକିଶୋର, କ୍ଷୀରୋଦ, କେଦାର, ଈଶ୍ୱର, ଦୀନବନ୍ଧୁ, ରାଷ୍ଟ୍ର, ରାଜେଶ, ହୃଦାନନ୍ଦ, ପ୍ରଦୀପ, ଶାନ୍ତୋଷ ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ଶ୍ରୀ ସାହୁ ନେହେରୁ ଯୁବ ଅନୁଷ୍ଠାନର ସମସ୍ତ ଯୁବକ ଭାଇମାନଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ I