ଏମ୍ ରାମପୁର ରାଧାକୃଷ୍ଣ ମନ୍ଦିର ପରିସରରେ ପଣ୍ଡିତ ମହା ସଂଘ ପକ୍ଷରୁ ପଞ୍ଜିକା ଉନ୍ମୋଚିତ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ….
ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଏମ ରାମପୁର ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀଶ୍ରୀ ମାଣିକେଶ୍ଵରୀ ଡୁକୁରୀ ଦେବୀ ପଞ୍ଜିକା ଉନ୍ମୋଚିତ ପାଇଁ ପ୍ରସ୍ତୁତି ବୈଠକ ଏମ୍ ରାମପୁର ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଶିବ ପ୍ରସାଦ ସତପଥିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା I ପ୍ରଥମେ ସମ୍ପାଦକ ଉଦ୍ଧବ ପଣ୍ଡା ପୂର୍ବବୈଠକର ବିବରଣୀ ପାଠ କରିଥିଲେ ପରେ ପଞ୍ଜିକାର ସଭାପତି ତଥା ଜ୍ଯୋତିର୍ବିଦ ପଣ୍ଡିତ କର୍ମକାଣ୍ଡ ପ୍ରବୀଣ ସନ୍ତୋଷ ନନ୍ଦ ପଞ୍ଜିକା ବୈଠକର ଉଦେଶ୍ୟ ଉପରେ କହିଥିଲେ I ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା I ପଞ୍ଜିକା ଉନ୍ମୋଚିତ ନେଇ ବିଭିନ୍ନ ଆଲୋଚନା କରାଯାଇଥିଲା। କଳାହାଣ୍ଡି ଜିଲ୍ଲାରେ ଯେହେତୁ ଏହା ପ୍ରଥମ ପଞ୍ଜିକା, ପଞ୍ଜିକା କିପରି ଆଗକୁ ବଢ଼ିବା ସେ ଦିଗରେ ପଣ୍ଡିତମାନେ ନିଜ ମତାମତ ରଖିଲେ I ଏଥିରେ ଉପସଭାପତି ତଥା ପଣ୍ଡିତ ତ୍ରୀଲୋଚନ ଦାଶ, ସହସମ୍ପାଦକ ତଥା ପଣ୍ଡିତ ବିଷ୍ଣୁ ପ୍ରସାଦ ମହାପାତ୍ର, ଜ୍ୟୋତିର୍ବିଦ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଯୁଗଲ କିଶୋର ପ୍ରହରାଜ,ବାଲଗୋପାଲ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଭଗବତ ଘିଭେଲା, ପ୍ରମୁଖ ଯୋଗ ଦେଇଥିଲେ I