ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ନଗର ବିଜେପି ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଯୁବ ନେତା ଅଜୟ କୁରାଙ୍କୁ ଚୟନ କରାଯାଇ ଥିଲା l ମନୋନିତ ହେବା ପରେ ଅଜୟ ନିଷ୍ଠାର ସହିତ ସଂଗଠନକୁ ସଦୃଡ଼ କରିବାରେ ଦୀର୍ଘ ଦିନ ହେଲା କାର୍ଯ୍ୟକରି ଆସୁଥିଲେ l କିନ୍ତୁ କିଛି ଦିନ ପୂର୍ବେ ହଠାତ୍ ସ୍ୱାଧୀନ ପାର୍ଟି ପକ୍ଷରୁ ନିର୍ବଚାନ ପ୍ରଚାଚର କରି ଥିବାର୍ କର୍ମୀ ଅଭିଯୋଗ କରି ଥିଲେ । ଯାହାକୁ ନେଇ କର୍ମୀ ମହଲରେ ଅଶାନ୍ତି ଦେଖା ଦେଇ ଥିଲା l ବର୍ତ୍ତମାନ ପୁଣି ସ୍ୱାଧୀନ ପାର୍ଟିକୁ ଛାଡି ବିଜେପିରେ ଯୋଗ ଦେଲେ ଅଜୟ । ପୁଣି ଜିଲ୍ଲା ବିଜେପି ତରଫରୁ ଅଜୟଙ୍କୁ ଗୁରୁ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। ଏହି ପରି ନିଷ୍ପତ୍ତି ପାଇଁ ଗୁଣପୁର ଜନସାଧାରଣ ବିଜେପି ଉପରେ ଉପରୁ ଭରୋଶା ଉଠୁ ଥିବା ସାଧାରଣରେ ଚର୍ଚା ଜୋର୍ ଧରିଛି l