ନବ ନିର୍ବଚିତ ରାଷ୍ଟ୍ରପତିଙ୍କୁ ଗୁଣୁପୁର ବିଜୁ ଜନତା ଦଳ ପକ୍ଷରୁ ଅଭିନନ୍ଦ…….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ପ୍ରଥମ ଓଡ଼ିଆ ମହିଳା ଓ ଭାରତର ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତିଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଅଭିନନ୍ଦନ କରାଯାଇଛି । ଏହି ଅବସରରେ ଗୁଣୁପୁର ସ୍ଥିତ ଲକ୍ଷ୍ମି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ଯ ଅତିଥି ଭାବେ ରାୟଗଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗଦେଇଥିଲେ । ଜାତି, ଧର୍ମ, ଦଳ ଏସବୁ ପଛରେ ପକେଇ ନିଜ ମାଟିର ମଣିଷକୁ ଜିତେଇ ଦେବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ଦ୍ରୌପଦୀ ମୁର୍ମୁ ବହୁ ସଂଖ୍ୟା ବ୍ୟବଧାନରେ ଭୋଟ ପାଇ ଜିତିବାକୁ ଯାଉଛନ୍ତି ବୋଲି ଯୁବ ନେତା ବିଷ୍ଣୁ ପଣ୍ଡା କହିଥିଲେ । ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଗୁଡାରୀ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମି ଶବର, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର, ବରିଷ୍ଟ ବିଜେଡି ନେତା ଗଗନ ଆଚାର୍ଯ୍ୟ ଏବଂ ରାଜେନ୍ଦ୍ର ପ୍ରସାଦ ପାଢି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ରାମନଗୁଡ଼ା, ପଦ୍ମପୁର, ଗୁଡାରୀ ଓ ଗୁଣୁପୁରର ବିଜେଡିର କର୍ମୀ ଓ ନେତାମାନେ ଯୋଗ ଦେଇ ଥିଲେ । ଶ୍ରୀମତୀ ମୁର୍ମୁ ସର୍ବ ଉଚ ଆସନ ରେ ବିଜୟ ଲାଭ କରିଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେଡି ନେତା ତଥା ଆଇନ ଜୀବୀ ଦେବୀ ଆଚାର୍ଯ୍ୟ ସଂଯୋଜନା କରିଥିଲେ l