ଘୁ.ଉଦୟଗିରି ଠାରେ କନ୍ଧମାଳ ବିଜେପି କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ହନୁମାନ ମନ୍ଦିର ସ୍ଥିତ ବଣିକ ସଂଘର ସଭା ଗୃହରେ ଜିଲା ବିଜେପି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୈଠକର ସଂଯୋଜକ ମାନଗୋବିନ୍ଦ ପ୍ରଧାନ ସ୍ଵାଗତ ଭାଷଣ ଦେଇଥିଲେ l ଜିଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମାନସ ମହାନ୍ତି, କନ୍ଧମାଳ ଜିଲା ପ୍ରଭାରୀ ତଥା ରାଜ୍ୟ ପ୍ରବକ୍ତା ଓଡିଶା ବିରଞ୍ଚି ନାରାୟଣ ତ୍ରିପାଠୀ, ଲୋକ ସଭା ପ୍ରଭାରୀ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ବାଲିଗୁଡ଼ା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କରେନ୍ଦ୍ର ମାଝୀ, ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ଲିଙ୍ଗରାଜ ଦଳବେହେରା, ଏସସି ମୋର୍ଚା ରାଜ୍ୟ ଉପସଭାପତି ରାମ ବିଶି ଦିଗାଲ, ରାଜ୍ୟ ସମ୍ପାଦକ ଆଦିବାସୀ ମୋର୍ଚା ବସନ୍ତ ପ୍ରଧାନ, ଜିଲା କୃଷକ ମୋର୍ଚା ସଭାପତି ଅବନେଶ୍ଵର ପ୍ରଧାନ, ଜିଲା ସମ୍ପାଦକ ସୁସ୍ମିତା ଜେନା, ଜିଲା ଆଦିବାସୀ ମୋର୍ଚା ସଭାପତି ବିଶି କେଶନ ପ୍ରଧାନ, ଜିଲା ଯୁବ ମୋର୍ଚା ସଭାପତି ଗୋଲାକ କହଁର, ଜିଲା ଏସସି ମୋର୍ଚା ସଭାପତି ଅନନ୍ତ ଦିଗାଲ, ଘୁ ଉଦୟଗିରି ସାଧାରଣ ସମ୍ପାଦକ ପ୍ରଶାନ୍ତ ବଗର୍ତ୍ତୀ, ଭେଙ୍କଟେଶ୍ୱର ବେହେରା, ରାଇକିଆ ସାଧାରଣ ସମ୍ପାଦକ ସନକ ଦିଗାଲଙ୍କ ସହ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲ ମଧ୍ୟ ଉପସ୍ଥିତ ଥିଲେ l