ରାଣୀପଥର ଠାରେ ରାସନ୍ ସାମଗ୍ରୀ ବଣ୍ଟନ ସବସେଣ୍ଟର ଖୋଲା ଯିବାକୁ ମଞ୍ଜୁର ଦେଲା ଜିଲ୍ଲା ପ୍ରଶାସନ……

ଅନୁସନ୍ଧାନ ଭାରତ(ବ୍ୟୁର): ମା ଲକ୍ଷ୍ମୀ ନ ଖଣ୍ଡ ମୌଜା ବିକାଶ କମିଟିର ଉଦ୍ୟମ ପ୍ରଚେଷ୍ଟା ସଫଳ ହୋଇଛି l କମିଟିର ସଭାପତି ବୈଦ୍ୟନାଥ ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମ ରାଣୀପଥର ନ ଖଣ୍ଡ ମୌଜାକୁ ଖୁସି ଖବର ମିଳିଛି । ଦୀର୍ଘ ବର୍ଷ ହେବ ଏହି ନ ଖଣ୍ଡ ମୌଜାର ଜନ ସାଧାରଣ ପାଖା ପାଖି ୨୦ କିଲୋମିଟର ଦୂର ସୁଡୁକୁମ୍ପା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିଜ ରେସନ କାର୍ଡ଼ରେ ଚାଉଳ, ଗହମ, କିରୋସିନି ନେଇ ଆସୁଥିଲେ l ଏ ନେଇ ସମସ୍ତଙ୍କୁ ବହୁ କଷ୍ଟ ସହିବାକୁ ପଡ଼ୁଥିଲାବ l ଯେତେବେଳେ କରୋନା ମହାମାରୀ ସଂକ୍ରମଣ ପ୍ରକୋପ ବୃଦ୍ଧି ପାଇଥିଲା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମଗ୍ର ରାଜ୍ୟର ଚାରିଆଡ଼େ ସଡ ଡାଉନ ପରେ ଲକଡାଉନ କରା ଯିବାରୁ ଯାନ ବାହାନ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା l ଯାହା ଫଳରେ ନ ଖଣ୍ଡ ମୌଜାର ଜନସାଧାରଣ ସୁଡୁକୁମ୍ପା ଯାଇ ଚାଉଳ ଆଣି ପାରିନଥିଲେ l ସେତେବେଳେ ରାଣୀପଥରକୁ ଚାଉଳ ଆଣା ଯାଇ ସମସ୍ତଙ୍କୁ ଦିଆଯିବା ସକାସେ ଉଦ୍ୟମ ଆରମ୍ଭ କରିଥିଲେ ସମାଜସେବୀ ବୈଦ୍ୟନାଥ ବେହେରା l ନ ଖଣ୍ଡ ମୌଜାର ସମସ୍ତ ପୁରୁଷ, ମହିଳା ଓ ଯୁବକ ମାନଙ୍କୁ ଏକତ୍ରିତ କରି ମାକ୍ସ ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷାକରି ବୈଠକ ବସାଇ ୧୫ ଜଣ ପୁରୁଷ ଓ ୧୫ ଜଣ ମହିଳାଙ୍କୁ ନେଇ ମା ଲକ୍ଷ୍ମୀ ନ ଖଣ୍ଡ ମୌଜା ବିକାଶ କମିଟି ନାମରେ ଏକ ୩୦ ଜଣିଆ କମିଟି ଗଠନ କରିଥିଲେ l ଏହି କମିଟି ଦ୍ବାରା ଚାଉଳ ଆଣି ରାଣୀପଥରରେ ବଣ୍ଟନ ଓ ଆଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ୬ ଦଫା ଦାବି ଉପରେ ଦାବିପତ୍ର ପ୍ରଦାନ କରି ଥିଲେ l ତତ୍କାଳୀନ ଜିଲାପାଳ ଡ଼ଃ,ବୃନ୍ଦା ଡ଼ି ଏହାକୁ ଗୁରୁତର ଭାବେ ଦୃଷ୍ଟି ଦେଇ ଚାଉଳ ରାଣୀପଥର ଠାରେ ବଣ୍ଟନ ପାଇଁ ନିର୍ଦ୍ଧେଶ ଦେଇଥିଲେ l ଚାଉଳ ଆଣି ରାଣୀପଥର ଠାରେ କିଛି ମାସ ଦିଆ ଯିବା ପରେ ପୁଣି ସୁଡୁକୁମ୍ପାରୁ ଚଉଳ ସଂଗ୍ରହକରିବା ପାଇଁ ଅଂଚଳ ବାସୀଙ୍କୁ କୁହାଗଲା । ନ ଖଣ୍ଡ ମୌଜାରେ ଏକ ସବସେଣ୍ଟର ଖୋଳାଯିବାକୁ ମା ଲକ୍ଷ୍ମୀ ନ ଖଣ୍ଡ ମୌଜା ବିକାଶ କମିଟି ପକ୍ଷରୁ ସଭାପତି ଶ୍ରୀ ବେହେରା ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ଦାବୀ କରିଥିଲେ । ଏ ନେଇ ଉପଜିଲ୍ଲାପାଳ ବିଡ଼ିଓ ଖଜୁରୀପଡ଼ା ରବୀନ୍ଦ୍ରନାଥ କହଁରଙ୍କୁ ଏକ ରେଜୁଲେସନ କରି ପଠାଇବାକୁ ନିର୍ଦେଶ ଦେଇଥିଲେ l ବିଡ଼ିଓ ଶ୍ରୀ କହଁର ଅଭିଯୋଗ ଗ୍ରହଣ କରି ଉପଜିଲ୍ଲାପାଳ ସେସଦେବ ମିଶ୍ରଙ୍କ ପାଖକୁ ରାଣୀପଥର ଠାରେ ରାସନ ସବସେଣ୍ଟର ଖୋଲା ଯିବାକୁ ରେଜୁଲେସନ କରି ପଠାଇବା ପରେ ଉପଜିଲ୍ଲାପାଳ ଶ୍ରୀ ମିଶ୍ର ଏହାକୁ ଗୁରୁତର ସହ ନେଇ ଯଥାଶୀଘ୍ର ସବସେଣ୍ଟର ଖୋଲା ଯିବାକୁ ମଞ୍ଜୁର କରିଛନ୍ତି । ଏହି ଖବର ଜଣାପଡିଲା ପରେ ମା ମାକ୍ଷ୍ମୀ ନ ଖଣ୍ଡ ମୌଜା ବିକାଶ କମିଟି ଓ ଅଞ୍ଚଳବାସୀ ପକ୍ଷରୁ ବିଡ଼ିଓ ଶ୍ରୀ କହଁର ଓ ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।