ନିଧିଆ ପଲି ଜାତୀୟ ରାଜପଥରେ ହାତୀ ବୁଲୁ ଥିବା ସୁଚନା, ଭୟଭୀତ ଅଂଚଳର ବାସିନ୍ଧା…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜରେ ହାତୀ ପୋଲ ସକ୍ରିୟ ଥିବା ସୁଚନା ମିଳିଛି । ଅଧିକାଂଶ ସମୟରେ ଏହି ବନାଞ୍ଚଳରେ ହାତୀ ପଲ ଚଳପ୍ରଚଳ କରୁଥିବା ଘଟଣା ନଜିର ଆସିଛି । ଯାହା ଫଳରେ ଗତ ୬ତାରିଖରେ ମୁଜାଗଡ଼ ରେଞ୍ଜ କାନବିନ୍ଧା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ଦଳରୁ ଅଲଗା ହୋଇ ଏକାକୀ ବୁଲୁଥିବା ବେଳେ ଶିକାରୀମାନେ ଗୁଳି କରି ହତ୍ୟା କରିବା ପରେ କୁରାଢ଼ୀ ସାହାଯ୍ୟରେ ଦାନ୍ତ କାଟି ନେଇ ଯାଇଥିଲେ । ଏହି ଘଟଣାରେ ବନ ବିଭାଗ ୩ଜଣଙ୍କୁ ଗିରଫ କରିବା ସହ ମୃତ ହାତୀର ଦାନ୍ତକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏବେ ପୁଣି ଗତ ଦୁଇଦିନ ହେବ ଏକ ମାଇ ହାତୀ ଛୁଆକୁ ନେଇ ୧୫୭ନଂ ଜାତୀୟ ରାଜପଥ ଅନ୍ତର୍ଗତ ନିଧିଆ ପଲି ରାସ୍ତାରେ ବାରମ୍ବାର ଚଳ ପ୍ରଚଳ କରୁଥିବା ଦେଖା ଦେଇଛି । ହାତୀଟି କାହାର କିଛି କ୍ଷତି ଘଟାଇ ନଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବା କହିଛନ୍ତି । ତେଣୁ ହାତୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଓ ସେମାନଙ୍କ ସୁରକ୍ଷା ବନ ବିଭାଗ ପାଇଁ ଜରୁରୀ ହୋଇ ପଡିଛି ବୋଲି ଅଂଚଳ କହିଛନ୍ତି l ଯଦି ପ୍ରଶାସନ ଏଥି ପ୍ରତି ଗୁରୁତ୍ବ ଏ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ମଧ୍ୟ ଏଠାରେ ହାତୀ ଶିକାର ଭଳି ଘଟଣା ଘଟିବାର ଆଶା କରାଯାଉଛି ବୋଲି ଅଂଚଳ ବାସୀ କହିଛନ୍ତି ।