ବସ ଓ ବାଇକ ମୁହାମୁହିଁ: ଜଣେ ମୃତ, ୫୯ ଜାତୀୟ ରାଜ ପଥ ଅବରୋଧ…..

ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ ଅନ୍ତରଗତ ବାଟଗୁଡା ଗ୍ରାମ ପଂଚାୟତରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l କୋଟଗଡ ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବ ଶ୍ରୀରାମ ନାମକ ଏକ ଘରୋଇ ବସ  ନମ୍ବର OR02BE 5353 ଓ ଏକ ପୋଲସର ବାଇକ ମଧ୍ୟରେ ମୁହଁ ମୁଁହି ଧକ୍କା ହେବରୁ ଏହି ଦୁର୍ଘଟଣା ଘଟିଛି l ଏହୀ ଦୁର୍ଘଟଣାରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ଦୁର୍ଘଟଣାକୁ ନେଇ ଘଟଣା ସ୍ଥାଳରେ ଉତ୍ତେଯୋନା ପ୍ରକାଶ ପାଇଛି l ଖବର ପାଇ ବାଲିଗୁଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ବସ ଜବତ କରିଛି l ରାସ୍ତା ଅବରୋଧକୁ ହଟାଇବା ପାଇଁ ବାଲିଗୁଡା ଆରଖୀ ଅଧିକାରୀ ରାଘ ବେନ୍ଦ୍ରର  ଗୁଣ୍ଡଲା, ବାଲିଗୁଡା ତାସିଲଦାର ଶଶାଙ୍କ ଶେଖର ପାତ୍ର ଏବଂ ପୁଲିସ ଟିମ  ପକ୍ଷରୁ ଉଦ୍ୟମ ଜାରୀ ରହି ଥିବା ସୁଚନା ହସ୍ତଗତ ହୋଇଛି l