କଳାକାର ଚୟନକୁ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ଣ୍ଣନ ମଣ୍ଡଳୀ କଳାକାର , କଳାକାର ମହଲରେ ଅସନ୍ତୋଷ…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲାରେ କଳାକାର ଚୟନ ପ୍ରକ୍ରିୟା ଚାଲୁରହିଛି l ଲୋକକଳା ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବା ସହିତ ଦୁସ୍ଥ ପେସାଦାର କଳାକାରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି l ସରକାର ଓଡିଶାରେ ୪୬୧ ପ୍ରକାର ଲୋକ କଳାକୁ ଚି଼ହ୍ନଟ କରିଛନ୍ତି l ବିଲୁପ୍ତ ପ୍ରାୟ କଳାକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶାର ସର୍ବ ପୁରାତନ ପରମ୍ପରା ସଂକୀର୍ଣ୍ଣନ କଳାକାରଙ୍କୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯାଇଛି  l ଇ-ରେଜିଷ୍ଟେସନ ବେଳେ ସଂକୀର୍ଣ୍ଣନ କଳାକାରଙ୍କୁ ରେଜିଷ୍ଟ୍ରେସନ ପାଇଁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ  ମନା କରିଥିବା ଅଭିଯୋଗ ହେଉଛି l କଳାକାର ପାଇଁ ଖାଇବା ବ୍ୟବସ୍ଥା କରାଯାଇ ନଥିବାରୁ ଦୂର ଦୁରାନ୍ତରୁ ଅଡିସନରେ ଭାଗ ନେଇଥିବା କଳାକାର ଭୋକ ଉପବାସରେ ଫେରିଥିବା ଅଭିଯୋଗ ହେଉଛି l କନ୍ଧମାଳ ଜ଼ିଲ୍ଲାରେ ନାମ ସଂକୀର୍ଣ୍ଣନ ମାଧ୍ୟମରେ କଳା ଓ ସଂସ୍କୃତିକୁ ଵଞ୍ଚାଇ ରଖିଥିବା କଳାକାରଙ୍କୁ ବାଦ ଦିଆଯାଇଥିବାରୁ  କଳାକାରଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଆଗାମୀ ଦିନରେ ଜ଼ିଲ୍ଲାର ସମସ୍ତ ସଂକୀର୍ଣ୍ଣନ ମଣ୍ଡଳୀ ଜ଼ିଲ୍ଲା ସଂସ୍କୃତି କାର୍ଯାଳୟକୁ ଘେରାଉ କରିବାକୁ କଳାକାରମାନେ ଚେତାବନୀ ଦେଇଛନ୍ତି l