କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ଗୁମା ଗ୍ରାମପଞ୍ଚାୟତ କ୍ରାଞ୍ଜା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ……
ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ 73 ତମ ବନମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଲେଘର ବନ ବିଭାଗ ଅଧିକାରୀ ଶ୍ରୀ ଅରୁଣ କୁମାର ସାହୁଙ୍କ ତତ୍ବାବଧାନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଗୁମା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଞ୍ଜୁ ମଲିକ ମୁଖ୍ୟଅଥିତି, ସମିତି ସଭ୍ୟ ଶ୍ରୀମତି ଭାଗ୍ୟଲଷ୍ମୀ ପ୍ରଧାନ, ନାୟବ ସରପଞ୍ଚ ଚଙ୍କର ବଡ଼ ସେଠ, ପ୍ରତିଜ୍ଞା ଟିଭି ପ୍ରତିନିଧି ଶ୍ରୀ ଫିଲିପ କୁମାର ଦିଗାଲ ସମେତ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧ୍ଵ ଯୋଗ ଦେଇ ସୁସ୍ଥ ପରିବେଶ ଗଠନ ନେଇ ନିଜର ମତ ପ୍ରକାଶ କରିଥିଲେ । ପରେ କ୍ରାଞ୍ଜl ଜଙ୍ଗଲ ପରିସରରେ ଉପସ୍ଥିତ ଜନ ପ୍ରତିନିଧ୍ୟ, ସରକାରୀ ପଦାଧିକାରୀ, ବନ ବିଭାଗ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଚାରା ରୋପଣ କରାଯଇଥିଲା । ଏକ ସବୁଜ ସୁନ୍ଦର ତୁମୁଡ଼ିବନ୍ଧ ବ୍ଲକର ବେଲଘରକୁ ଗଢି ତୋଳିବାକୁ ବନବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଏହି ପରି ପଦକ୍ଷେପକୁ ଗ୍ରାମ ବାସୀ ସ୍ୱାଗତ କରିଛନ୍ତି I