ପ୍ରଥମ ଶ୍ରେଣୀରେ ମେଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧୟାକ ଅଙ୍ଗଦ କହଁର ……..

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ବିଧାୟ ଅଙ୍ଗଦ କହଁର ପ୍ରଥମ ଶ୍ରେଣୀରେ ମେଟ୍ରିକ୍ ପାସ୍‌ କରିଛନ୍ତି । ସେ ବି-୧ ଗ୍ରେଡ୍‌ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି । ବିଧାୟକ ଅଙ୍ଗଦ କହଁର ମୋଟ୍‌ ୫୦୦ ମାର୍କରୁ ୩୬୪ ମାର୍କ ରଖିଛନ୍ତି l ଯାହାକି ମୋଟ୍‌ ମାର୍କର  ୭୨ ପ୍ରତିଶତ । ବିଧୟାକ ଚଳିତ ୨୦୨୨ ଏସ୍‌ଆଇଓଏସ୍‌ରେ ମାଟ୍ରିକ ପରୀକ୍ଷା ଦେଇଥିଲେ l ମାଟ୍ରିକ ପରୀକ୍ଷାରେ ପାସ୍ ହେବା ପରେ ବିଧାୟକ କହଁର ଅତ୍ୟନ୍ତ ଖୁସି ହୋଇଛନ୍ତି ଓ ବିଭିନ୍ନ ମହଲରୁ ସୁଭେଚ୍ଛାର ସୁଅ ଛୁଟୁଛି । ଫୁଲବାଣୀ ବିଧୟାକ ୫୮ ବର୍ଷ ବୟସରେ ଫୁଲବାଣୀ ସ୍ଥିତ ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ରରେ ବୋର୍ଡ଼ ପରୀକ୍ଷା ଦେଇଥିଲେ।