ମାଟ୍ରିକ ବୋର୍ଡ ପରିକ୍ଷାରେ ୫୮୦ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କଲେ ଘୁ.ଉଦୟଗିରି ଝିଅ ତନୁଶ୍ରୀ……
ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଳକ ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ବାଲ ଗଙ୍ଗାଧର ତିଲକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ଆଚାର୍ଯ୍ୟ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରିକ୍ଷାରେ ୫୮୦ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥି ଛନ୍ତି l ଏହି ସଫଳତାକୁ ନେଇ ଟିକାବାଲି ବ୍ଳକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ସୂଚନା ଦେଇଛନ୍ତି l ତନୁଶ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଦିନକୁ ୭ ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଲକ୍ଷ ରଗିଛନ୍ତି l ତନୁଶ୍ରୀ ଘୁ.ଉଦୟଗିରି ମହାଗୁଡା ସାହିର ମାଗୁଣୀ ଆଚାର୍ଯ୍ୟଙ୍କ ନାତୁଣି ଏବଂ ସାବେରୀ ଓ ଅଶୋକ ଆଚାର୍ଯ୍ୟଙ୍କ ଝିଅ ଅଟନ୍ତି l ଏହି ସଫଳତା ପାଇଁ ତନୁଶ୍ରୀ ପିତା ଅଶୋକ ଆଚାର୍ଯ୍ୟ, ମା ସାବେରୀ ଆଚାର୍ଯ୍ୟ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି l