ଗୁଞ୍ଜିବାଡି ଠାରେ ଗଛରେ ପିଟି ହେଲା ବୋଲେରୋ, ଚାଳକଙ୍କ ସମେତ ଏଗାର ଜଣ ଯାତ୍ରୀ ଆହତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କ. ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡି ଗ୍ରାମ ପଂଚାୟତ ର ନୂଆସାହି ଠାରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି I ଏହି ଦୁର୍ଘଟଣାରେ ଗାଡିଚାଳକ ଦିଗୀ ଗ୍ରାମର ସୁରଜ୍ ନାୟକଙ୍କ ସମେତ ୧୧ଜଣ ଯାତ୍ରୀ ଆହତ ହୋଇ ଥିଲେ I ଗୁରୁତର ଆହତଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି I ଗାଡି ଚାଳକଙ୍କ ସମେତ ଏଗାର ଜଣ ଯାତ୍ରୀ ଦିଗି ଗ୍ରାମରୁ ଗୁଞ୍ଜିବାଡ଼ିର ନୂଆସାହି ଗ୍ରାମକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା I ହେଲେ ଏହି ଦୁର୍ଘଟଣାରେ ଏଗାର ଜଣ ଯାତ୍ରୀ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତିଯାଇ ଥିଲେ I ଖବର ପାଇ ରାଇକିଆ ମୋଟର ଚାଳକ ସଂଘର ସଦସ୍ୟ ଆସି ଗାଡ଼ି ଏବଂ ଲୋକମାନଙ୍କୁ ଉଦ୍ଧାର କରିଥିଲେ I