ଘୁ.ଉଦୟଗିରି ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଏନଏସି ପକ୍ଷରୁ ଚଢ଼ାଉ, ୮୬୩୫ କେଜି ପଲିଥିନ ଜବତ ସହ ୧୬୦୦ ଟଙ୍କା ଫାଇନ ଆଦାୟ……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦକୁ ପଲିଥିନ ମୁକ୍ତ ସହର ଗଢ଼ିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରୟାସ ଆରମ୍ଭ ହୋଇଛି I ଆଜି ନିର୍ବାହୀ ଅଧିକାରୀ ପୁରା ସହରର ବିଭିନ୍ନ ଗଳିକନ୍ଦିରେ ଥିବା ଦୋକାନ ଉପରେ ଚଢ଼ାଉ କରି ୮୬୩୫ କେଜି ପଲିଥିନ ଜବତ କରିବା ସହ ୧୬୦୦ ଟଙ୍କା ଫାଇନ ଆଦାୟ କରିଛନ୍ତି I 



ଏହି ଚଢ଼ାଉରେ ନିର୍ବାହିଅଧିକାରିଣୀଙ୍କ ଦଳରେ ଗଣେଶ ଜେନା, ଏସଆଇ ଅଭିନାଶ ପ୍ରଶାଦ ପ୍ରଧାନ, ମୁଖ୍ୟକିରାଣୀ ସତ୍ୟପ୍ରକାଶ ମହାପାତ୍ର, ପ୍ରଦୀପ୍ତ ସଥପଥୀ, ନିଷିଲାଲ ମହାନ୍ତି ଓ ମୁକେଶ ରଞ୍ଜନ ନାୟକ ପ୍ରମୁଖ ସାମିଲ ଥିଲେ I ପ୍ରଶାସନର ନିଷେଧ ସତ୍ତ୍ୱେ ମଧ୍ୟ ଘୁ.ଉଦୟଗିରି ସହରରେ ଦିନକୁ ଦିନ ପଲିଥିନର ଅବାଧ ବିକ୍ରି ଓ ବ୍ୟବହାର ହେଉ ଥିବାରୁ ଏନଏସି ପକ୍ଷରୁ ଏହି ଚଢ଼ାଉ କରାଯାଇ ଥିବା ନିର୍ବାହୀଅଧିକାରିଣୀ କହିବା ସହ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି I