ଲଣ୍ଡନ-ବ୍ରିଜଷ୍ଟନ ସାଇକଲିଂ ପ୍ରତିଯୋଗିତା, କୃତିତ୍ୱ ଆଣିଲେ ଘୁ.ଉଦୟଗିରି ମାଟିର ପୁଅ ସାନୁ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କୁମ୍ଭାରକୁପା ଗ୍ରାମରୁ ଯାଇ ଲଣ୍ଡନ ରେ ସାଇକଲିଂ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଛନ୍ତି ଘୁ.ଉଦୟଗିରି ମାଟିର ପୁଅ ସାନୁ ନାୟକ I ଯାହାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲା ସମେତ ଘୁ.ଉଦୟଗିରି ଅଞ୍ଚଳ ଉତ୍ସାବ ମୁଖର ହୋଇ ଉଠିଛି I ସୂଚନା ଅନୁସାରେ ସାନୁ ନାୟକ ପରିବାର ସହ ଲଣ୍ଡନ ଦେଶର ହାମ୍ପଶାୟାର ସ୍ଥିତ ବେସିଂଷ୍ଟକ ଠାରେ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ରୁହନ୍ତି I

csp

୧୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ବେସିଂଷ୍ଟକ ସହରେ ସାଇକଲିଂ ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି I ଚଳିତ ବର୍ଷ ସାନୁ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଲଣ୍ଡନ- ବ୍ରିଜଷ୍ଟନ ଦୀର୍ଘ ୮୬ କିମି ରାସ୍ତାକୁ ୪ ଘଣ୍ଟା ୧୬ ମିନିଟରେ ଅତିକ୍ରମ କରି ରେକର୍ଡ ସୃଷ୍ଟି କରି ଆମ ଦେଶ ସମେତ ରାଜ୍ୟ, କନ୍ଧମାଳ ଜିଲ୍ଲା, ଘୁ. ଉଦୟଗିରି ପାଇଁ କୃତିତ୍ୱ ଆଣିଛନ୍ତି I ଏହି ପ୍ରତିଯୋଗିତାରେ ୧୪୦୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ I ଖବର ପ୍ରଚାରିତ ହେବା ପରେ ସାନୁ ନାୟକଙ୍କ ପାଖକୁ ଶୁଭେଛାର ସୁଅ ଚୁଟିବାରେ ଲାଗିଛି I ସୂଚନା ମିଳିବା ପରେ ଅନୁସନ୍ଧାନ ଭାରତର ପ୍ରତିନିଧି ସାନୁ ନାୟକଙ୍କ ସହ ଯୋଗାଯୋଗ କରିଥିଲେ I ଏହି କୃତିତ୍ୱ କେବଳ ମୋ ପାଇଁ ନୁହେଁ I ବହୁତ ଦୂରରେ ଥିଲେ ମଧ୍ୟ ମୁଁ ମୋ ଦେଶ ଓ ମାଟି ମାକୁ ଭଲ ପାଏ I ଏହି କୃତିତ୍ୱ ସମଗ୍ର ଦେଶ, ମୋ ରାଜ୍ୟ ଓଡିଶା, କନ୍ଧମାଳ ଜିଲ୍ଲା ଓ ମୋ ଜନ୍ମ ସ୍ଥାନ ଘୁ.ଉଦୟଗିରି ବ୍ଲକ ଓ କୁମ୍ଭାରକୁପା ଗ୍ରାମ ପାଇଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି I