ଜନବିକାଶ ସଂସ୍ଥା ତରଫରୁ ମାଣ୍ଡିଆ ଚାଷର ଉପକାରୀତା ସହ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ୍ ତଲାରୀମହା ପଞ୍ଚାୟତର ଜବେଡ଼ି ଗ୍ରାମରେ ଜନ ବିକାଶ ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ମାଣ୍ଡିଆ ଚାଷର ଉପକାରୀତା ଓ ଖାଉଟିଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ଜନ ବିକାଶର ସିଆରପି ସୁବାସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ହୋଇ ଥିଲା I ଏଥିରେ ତଲାରୀମାହା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜବେଡ଼ି ଆଞ୍ଚଳିକ ମଞ୍ଚର ସି ଆର୍ ପିସି ସୁନେଲି ପ୍ରଧାନ ସହଯୋଗ କରିବା ସହ ଉପସ୍ଥିତ ଥିବା ଏସ୍ଏଜି ଗ୍ରୁପର ସଦସ୍ୟଙ୍କୁ ମାଣ୍ଡିଆ ଚାଷର ଉପକାରୀତା ସମ୍ପର୍କରେ ସଚେତନ କରିଥିଲେ I କନ୍ଧମାଳ ଜିଲ୍ଲାର ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ଏହି ବୈଠକରେ ଯୋଗ ଦେଇ ଉପଭକ୍ତା ମାନଙ୍କୁ ଜାଳେଣି ଗ୍ୟାସ୍ ଓ ମାପ ଓଜନରେ ଖାଉଟିମାନେ ଯେପରି ଠକାମୀର ଶିକାର୍ ନ ହେବେ ସେ ଉପରେ ସଚେତନ କରିଥିଲେ I ଜନ ବିକାଶର ସଦସ୍ୟ ଏବଂ ଗ୍ରାମର ଚାଷୀମାନେ ସହଯୋଗ କରି ମାଣ୍ଡିଆ ଚାଷର ଉପକାରୀତା ବିଷୟରେ।ବୈଠକରେ ଆଲୋଚନା କରିବା ସହ ସମସ୍ତ ଚାଷୀମାନଙ୍କର ଚାଷୀ ପଞ୍ଜିକୃତ କରିବା ନିମନ୍ତେ ଆଲୋଚନା କରିଥିଲେ I