ସରକାରୀ ଗରିବ କଲ୍ୟାଣ ଯୋଜନାକୁ ଫୁ, ମନରେଗା କାମରେ ଶ୍ରମିକ ବଦଳରେ ମେସିନ କରୁଛି କାମ……

ଅନୁସନ୍ଧାନ ଭାରତ(ବ୍ୟୁର): ଶ୍ରମିକ ବଦଳରେ କାମ କରୁଛି ମେସିନ I ଅଭାବି ଦିନ ମଜୁରିଆଙ୍କୁ ରୋଜଗାର ମିଳୁନଥିବା ବେଳେ ମୃତ୍ତିକା ସଙ୍ଗରକ୍ଷଣ ଅଧିକାରୀ, ଠିକାଧାର ଓ ବିଭାଗୀୟ ଯନ୍ତ୍ରୀ ସରକାରଙ୍କ ମନରେଗା ଯୋଜନାର ନିୟମକୁ ବେଖାତିର କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହରିଲୁଟ କରିଚାଲିଛନ୍ତି I କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ ତଥା କଂଜାମେଣ୍ଡି ପଞ୍ଚାୟତରେ ମହା ଦୁର୍ନୀତି ହୋଇ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I

csp

ସାରଙ୍ଗଗଡ଼ରୁ ଫୁଲବାଣୀକୁ ସଂଯୋଗ କରୁଥିବା ରାସ୍ତା ପାର୍ସରେ ନବ ନିର୍ମିତ ମଣ୍ଡପ ସମୁଖରେ ମନରେଗା ଯୋଜନା ପକ୍ଷରୁ ଦୁଇଟି ପୋଖରୀ ଖାନନ କରାଯାଉଥିବା ବେଳେ ଅନ୍ୟଟି ବାଲିଗୁଡାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ଦାରିଙ୍ଗବାଡି ଛକ ନିକଟରେ ଖୋଳା ଯାଉଛି I ହେଲେ ମନରେଗା ଯୋଜନାର ନିୟମ ପ୍ରକାରେ ଲୋକ ଲଗାଇ କାମ କରାଜିବା କଥା I

କିନ୍ତୁ ସେହି ସ୍ଥାନରେ ରାତାରାତି ତରବରିଆ ଭାବେ ଶ୍ରମିକ ବଦଳରେ ମେସିନ ଲଗାଇ କାମ କରାଯାଉଛି I କେବଳ ସେତିକି ନୁହଁ ଅନେକ ଜାଗାରେ ବିନା ଫଳକରେ ମଧ୍ୟ ପୋଖରୀ ଖାନନ ସରିଯାଇଛି I ନିଜ ଅଞ୍ଚଳରେ ମନରେଗା କାମ ଯୋଗାଇ ଦେବା ନେଇଁ ସରକାରଙ୍କ ପକ୍ଷରୁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରାଯାଇଛି I ହେଲେ କନ୍ଧମାଳ ଜିଲ୍ଲା କା.ନୂଆଗାଁ ବ୍ଲକର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ ଓଲଟା I ଯାହା ଦ୍ୱାରା ଏଠି ପ୍ରଶ୍ନ ଉଠୁଛି ଶ୍ରମିକ ନ ଖଟିଲେ ଟଙ୍କା ଉଠୁଛି କିଭଳି ? ବିନା ଫଳକରେ ଜିଓଟେକ ହେଉଛି କେମିତି ? ଅନ୍ୟ ପଖେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ମିଥ୍ୟା କେଶରେ ଫସେଇବା ଭଳି ଧମକ ମଧ୍ୟ ଦିଆଯାଉଛି l ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି I