ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ-୪ ଶ୍ରୀରାମ ପଦା ଗ୍ରାମ ପାଖରୁ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଜବତ କରିଛି I ମୃତ ଯୁବକ ଜଣକ ଟିକାବାଲି ଥାନା ଅଧିନସ୍ଥ ପାଣିଙ୍ଗିଆ ଗ୍ରାମର ନରେଶ ଦିଗାଳ ହୋଇ ଥିବା ପୁଲିସ ସୂତ୍ରରୁ ପ୍ରକାଶ I ପ୍ରାପ୍ତ ସୂଚନା ଅନୁସାରେ ନରେଶ ଦିଗାଳ ଶ୍ରୀରାମ ପଦା ଗ୍ରାମରେ ବିବାହ କରିଥିଲେ I ତାଙ୍କର ଚାରି ପୁଅଝିଅ ମଧ୍ୟ ଅଛନ୍ତି I କିଛିଦିନ ପୂର୍ବରୁ ସ୍ୱାମି ଓ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ ହୋଇ ଥିଲା I ସ୍ତ୍ରୀ ପୁଅଝିଅଙ୍କୁ ନେଇ ଶ୍ରୀରାମ ପଦା ବାପାଙ୍କ ଘରକୁ ଆସିଥିଲେ I ଯାହା ପାଇଁ ଯୁବକ ଜଣକ ମାନସିକ ସ୍ଥରରେ ଭାଙ୍ଗି ପଡ଼ି ଥିଲେ I ନରେଶ ବୁଝାସୁଝା କରି ସ୍ତ୍ରୀ ଓ ପୁଅଝିଅଙ୍କୁ ନେବା ପାଇଁ ଶ୍ରୀରାମ ପଦା ଆସି ଥିଲେ I ହେଲେ ହଠାତ ଯୁବକଙ୍କ ମୃତ ଦେହ ବେଡସିଟ ସାହାଯ୍ୟରେ ଏକ ସାଗୁଆନ ଗଛରେ ଝୁଲୁ ଥିବାର ଦେଖି ସ୍ଥାନୀୟ ଲୋକ ପୁଲିସକୁ ଜଣାଇ ଥିଲେ I ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି I ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯୁବକଙ୍କ ମୃତ୍ୟର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି I