ବାଇକ ଡିକି ଭାଙ୍ଗି ୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ….

ଅନୁସନ୍ଧାନ ଭାରତ(ବ୍ୟୁର): ବାଇକ ଡିକି ଭାଙ୍ଗି ଆଖି ପିଛୁଳାକେ ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ଏହି ଭଳି ଏକ ଡକାୟତି ଘଟଣା ଘଟିଛି I ଘଟଣା ଅନୁସାରେ ସୋମବାର ତୁମୁଡିବନ୍ଧ ବ୍ଲକର ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀ ଷ୍ଟେଟବ୍ୟାଙ୍କରୁ ଦୁଇଲକ୍ଷ ଟଙ୍କା ଉଠାଇଥିଲେ I ଟଙ୍କାକୁ ନିଜ ବାଇକ ଡିକିରେ ରଖି ବଜାରର ବାଇକ ପାର୍କିଂ କରି କୌଣସି କାମରେ ଅନ୍ୟ ଏକ ଦୋକାନକୁ ଯାଇଥିଲେ I ଏହି ସମୟରେ ଦୁବୁର୍ତ୍ତମାନେ ପିଛା କରି ଆସି ବାଇକ ଡିକିଭାଙ୍ଗି ୨ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡିଛି I ଏନେଇ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଏତଲା ପାଇବାପରେ ଥାନା ଅଧିକାରି ଜୟନ୍ତ ସେଠୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ I ହେଲେ ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ପତ୍ତା ମିଳିନିପାରି ନାହିଁ I