ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡ଼ା ଛାତ୍ରାବାସରେ ଖାଦ୍ୟ ରାନ୍ଧିବାକୁ ରୋଷୟା ନଥିବାରୁ ମାସେ ଧରି ଅନ୍ତେବାସୀ ନିଜେ ନିଜେ ଖାଦ୍ୟ ରୋଷେଇ କରି ଖାଉଥିବା ଅଭିଯୋଗ ହୋଇଛି I କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସଦର ମହକୁମାରେ ରହିଛି ସ୍ମାର୍ଟ ସରକାରୀ ଉଚ୍ଚ ବିଦ୍ୟାଳୟ I ଶହେ ଜଣ ପିଲାଙ୍କ ପାଇଁ ରହିଛି ଛାତ୍ରବାସ l ଏକ ମାସରୁ ଅଧିକ ହେବ ଉକ୍ତ ଛାତ୍ରବାସରେ ରୋଷେୟା ନଥିବାରୁ ଛାତ୍ରମାନେ ନିଜେ କାଠ ଚୁଲିରେ ରୋଷେଇ କରି ଖାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି I ଏହି ଘଟଣାରୁ ସରକାରଙ୍କ ସ୍ମାର୍ଟ ବିଦ୍ୟାଳୟରେ କେତେ ବ୍ୟବସ୍ଥା ରହିଛି ତାହା ଏଠାରୁ ଜଳଜଳ ଦେଖା ଯାଉଛି l ଆଜି ସକାଳ ପ୍ରାୟ ନଅଟା ବେଳେ ଛାତ୍ରମାନେ ଛାତ୍ରବାସ ଠାରୁ ବାହାରି ଅନ୍ୟତ୍ର ବୁଲୁ ଥିବାର ଦେଖି ଖଜୁରୀପଡ଼ାର ପ୍ରତିନିଧିମାନେ ପିଲାଙ୍କୁ ପଚରା ଉଚୁରା କରି ଥିଲେ I ରୋଷେଇ ହୋଇନଥିବା କାରଣରୁ ଆମେ ଜଳଖିଆ ଖାଇବାକୁ ଆସିଥିଲୁ ବୋଲି ଛାତ୍ରମାନେ କହି ଥିଲେ l ପରେ ଛାତ୍ରାବାସକୁ ଯାଇ ନିଜେ କାଠ ଚୁଲିରେ ରୋଷେଇ କରୁଥିବା ଜଣାପଡିଛି l ଏ ନେଇ ଛାତ୍ରାବାସ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଅରୁଣ କୁମାର ବେହେରାଙ୍କ ମତାମତ ଗ୍ରହଣ କରାଯାଇ ଥିଲା I ଏକ ମାସରୁ ଉର୍ଦ୍ଧ୍ବ ହେବ ରୋଷେୟା ନାହାନ୍ତି, ତେଣୁ ପିଲାମାନଙ୍କୁ ରୋଷଇ କରିବାକୁ ପଡୁଛି ବୋଲି ଶିକ୍ଷକ ପ୍ରତିକ୍ରିୟାରେ କହିଛନ୍ତି l ତୁରନ୍ତ ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବା ସହ ସମସ୍ୟାର ସମାଧନ ପାଇଁ ଅଭିଭାବକ ଓ ଗ୍ରାମବାସୀଙ୍କ ମହଲରେ ଦାବୀ ହୋଇଛି I