ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ପାଇଁ କାଉଁସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର…..

ଅନୁସନ୍ଧାନ ଭାରତ(ବ୍ୟୁର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୈାର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଜାର I ପୈାର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି I ନାମାଙ୍କନ ପତ୍ର ଦାଖଲର ଶେଷର ଦିନ ଦିନକ ପୂର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ ଟି ଓ୍ବାର୍ଡ ପାଇଁ କାଉଁସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଶେଷ ଦିନରେ କଂଗ୍ରେସ ଓ ବିଜେପି ପକ୍ଷରୁ ସମସ୍ତ ଓ୍ବାର୍ଡ ପାଇଁ କାଉଁସିଲର ପ୍ରାର୍ଥୀ ଓ ଅଧ୍ୟକ୍ଷ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି I ଏଥିସହିତ କିଛି ଓ୍ବାର୍ଡରୁ କିଛି ସ୍ବାଧିନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି I ସୂଚନା ପ୍ରକାରେ ରବିବାର ଦିନ ବିଜେଡ଼ି ପକ୍ଷରୁ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି ପକ୍ଷରୁ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ବ୍ଲକ୍ ସଭାପତି ଟୁନା ଦାସ ନେତୃତ୍ବରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧ ନଂ ଓ୍ବାର୍ଡ ପାଇଁ ଗୋରେଖ ମଲ୍ଲିକ, ୨ ନଂ ଓ୍ବାର୍ଡ ପାଇଁ ମିନତି ନାୟକ, ୩ ନଂ ଓ୍ବାର୍ଡ ପାଇଁ ଶଶି କୁମାର ଦିଗାଲ, ୪ ନଂ ଓ୍ବାର୍ଡ ପାଇଁ ରାଜେଶ୍ବର ମଲ୍ଲିକ,୫ ନଂ ଓ୍ବାର୍ଡ ପାଇଁ ଶାନ୍ତି ନାୟକ, ୬ ନଂ ଓ୍ବାର୍ଡ ପାଇଁ ବିଭୂତି ଭୂଷଣ ଲହରିଆ, ୭ ନଂ ଓ୍ବାର୍ଡ ପାଇଁ ପଦ୍ମାଳୟା ନାୟକ, ୮ ନଂ ଓ୍ବାର୍ଡ ପାଇଁ ରଶ୍ମିତା ପାଢ଼ୀ, ୯ ନଂ ଓ୍ବାର୍ଡ ପାଇଁ ହରପ୍ରିୟା ତ୍ରୀପାଠୀ, ୧୦ ନଂ ଓ୍ବାର୍ଡ ପାଇଁ ରୀନା କୁମାରୀ ପଣ୍ଡା, ୧୧ ନଂ ଓ୍ବାର୍ଡ ପାଇଁ ନାରାୟଣ ଡାକୁଆ,୧୨ ନଂ ଓ୍ବାର୍ଡ ପାଇଁ ଗୀତା ମଲ୍ଲିକ ଓ ୧୩ ନଂ ଓ୍ବାର୍ଡ ପାଇଁ ସୁନିତା ଦିଗାଲ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ଶିକ୍ଷକ ଗୋବିନ୍ଦ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଅନନ୍ତ ମାଝୀ ଓ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ କୁସୁମି ପ୍ରଧାନଙ୍କ ସମେତ ୧ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ଅଜୟ କୁମାର ଦିଗାଲ, ବିଜେପିରୁ ଅମିୟ କୁମାର ବେହେରା ଓ ସ୍ବାଧିନ ପ୍ରାର୍ଥୀ ଦିଲ୍ଲିପ କୁମାର ମଲ୍ଲିକ, ୨ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ମନ୍ଦୋଦରୀ ଦିଗାଲ, ବିଜେପିରୁ ରୁବୀ ନାୟକ ଓ ସ୍ବାଧିନ ପ୍ରାର୍ଥୀ ବନିତା ଦିଗାଲ, ୩ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ଲଳିତା ପ୍ରଧାନ, ବିଜେପିରୁ ଝିଲି ନାୟକ ଓ ସ୍ବାଧିନ ପ୍ରାର୍ଥୀ କପିଳାସ ନାୟକ, ୪ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ଗଣେଶ ପ୍ରଧାନ, ବିଜେପିରୁ ରିଙ୍କି ପ୍ରଧାନ, ୫ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ଭବାନୀ ନାୟକ, ବିଜେପିରୁ ସ୍ନେହଲତା ବେହେରା, ୬ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ଅଭିମନ୍ୟୁ ମଲ୍ଲିକ, ବିଜେପିରୁ ନୀଳମାଧବ ବେହେରା, ୭ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ସ୍ମିତାରାଣୀ ନାୟକ, ବିଜେପିରୁ ସିଲି ନାୟକ, ୮ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ସୁନିତା ମଲ୍ଲିକ, ବିଜେପିରୁ ରାଜକୁମାରୀ ଦୋରା, ୯ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ସଞ୍ଜୁକ୍ତା ଦାସ, ବିଜେପିରୁ ଅହଲ୍ୟା ବେହେରା, ୧୦ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ଗୁରୁବାରି ବେହେରା, ବିଜେପିରୁ ବାସନ୍ତୀ ଦଣ୍ଡସେନା, ୧୧ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ବ୍ରହ୍ମାନନ୍ଦ ମଲ୍ଲିକ, ବିଜେପିରୁ ମାଧବ ପୂଜାରୀ, ୧୨ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ରୀନା ପାତ୍ର, ବିଜେପିରୁ ରେଖା ମଲ୍ଲିକ, ୧୩ ନଂ ଓ୍ବାର୍ଡ ପାଇଁ କଂଗ୍ରେସରୁ ଆଲୋକ ନାୟକ, ବିଜେପିରୁ ଷ୍ଟିଫେନ୍ ଦିଗାଲ ଓ ସ୍ବାଧିନ ପ୍ରାର୍ଥୀ ମକରଧ୍ବଜ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ସୁଦ୍ଧା ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳରୁ ତିନିଜଣ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସମେତ ୪୩ ଜଣ କାଉଁସିଲର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ସେଥିମଧ୍ୟରୁ ଚାରିଜଣ ସ୍ବାଧିନ କାଉଁସିଲର ପ୍ରାର୍ଥୀ ଥିବା ଜଣାପଡ଼ିଛି I ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍ କାର୍ଯ୍ୟ ହେବାକୁ ଥିବା ବେଳେ ଆସନ୍ତା ୧୪ ତାରିଖ ଯାଏଁ ପ୍ରତ୍ୟାହାର ସମୟ ରହିଥିବା ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ସୂଚନା ଦେଇଛନ୍ତି I