ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ, ଶାନ୍ତିଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ….

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲି ଥିବାର ସୂଚନା ମିଳିଛି I ଵିଜ୍ଞାପିତ ଅଞ୍ଚଳ ପରିଷଦରେ ୧୩ଟି ୱାର୍ଡର ୧୩ ବୁଥରେ ମତ ସାବ୍ୟସ୍ତ କରୁଛନ୍ତି ୮ ହଜାରରୁ ଅଧିକ ଭୋଟର୍ସ I

csp

ଇଭିଏମ ଅଚଳ ଯୋଗୁଁ ୧୦ ନମ୍ବର ୱାର୍ଡ ରେ ଦୀର୍ଘ ସମୟ ଧରି ଭୋଟ ଗ୍ରହଣ ବନ୍ଦ ରହି ଥିଲା I ପ୍ରଶାସନ ପକ୍ଷରୁ ହତିସାଳ ବିଦ୍ୟାଳୟର ୯ ନମ୍ବର ବୁଥ କୁ ପିଙ୍କ ବୁଥ ଭାବରେ ଘୋଷଣା କରାଯାଇ ଥିବା ବେଳେ ୧୦ ନମ୍ବର ବୁଥକୁ ମଡେଲ ବୁଥ ଭାବରେ ଘୋଷଣା କରାଇଛି I ପିଙ୍କ ବୁଥରେ ମତଦାନ ଆରମ୍ଭ ହେଉଣୁ ମହିଳା ଭୋଟର୍ସ ଲମ୍ବା ଧାଡିରେ ଛିଡ଼ା ହୋଇ ଥିଲେ I ଭୋଟ ଗ୍ରହଣ ବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି I ମତଦାନକୁ ନେଇ ଭୋଟର୍ସଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି I ମତଦାନ ସକାଳ ୮ ଟାରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଚାଲୁ ରହିବ I