ଅନୁସନ୍ଧାନ ଭାରତ(ବ୍ୟୁର):ଘୁ ଉଦୟଗିରି ପୌର ନର୍ବାଚନ ଆଜି ଶେଷ ହୋଇଥିବା ଦେଖିବାକୁ ମିଳିଛି । ନିର୍ବାଚନୀ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ନେତୃତ୍ଵରେ ସହରର ୧୩ ଗୋଟି ବୁଥ ମଧ୍ୟରେ ଭୋଟ ହୋଇଥିବା ବେଳେ ହାତିଶାଳ ସ୍କୁଲର ୯ ନମ୍ୱର୍ ଵୁଥକୁ ପିଙ୍କ୍ ବୁଥ କରାଯାଇଥିଲା I
ଏହି ବୁଥ୍ ମଧ୍ୟରେ କେବଳ ମହିଳା କର୍ମଚାରୀ ଭୋଟ ଗ୍ରହଣ କେନ୍ଦ୍ରରେ ନିଯୁକ୍ତି ହୋଇଥିଲେ I ସକାଳ ୮ଘଣ୍ଟିକା ଠାରୁ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଏହି ଥର ଦୀର୍ଘ ୩୨ବର୍ଷ ପରେ ଜନତା ସିଧା ସଳଖ ଅଧକ୍ଷା ପଦବୀ ପାଇ ଭୋଟ ହେଇଥିବା ଦେଖିବାକୁ ମିଳିଛି,ସେଥିନିମନ୍ତେ ଭୋଟର୍ ଏହି ଥର ଅଧ୍ୟକ୍ଷା ନିମନ୍ତେ ନିଜ ମନ ମୁତାବକ ପ୍ରାର୍ଥୀ ଚୟନ କରି ଭୋଟ ଦେବା ପାଇଁ ସୁଯୋଗ ପାଇଥିଲେ I ସେପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବାଲାଟ ପେପରରେ ମହର ମାରି ଜନତା ଭୋଟ ଦେଇଥିବାବେଳେ ପୌର ନିର୍ବାଚନ କିନ୍ତୁ ଇଭିଏମ୍ ମେସିନରେ ସୂଇଚ ଚିପି ଭୋଟ ଦେଇଥିଲେ I ୭ ନମ୍ୱର୍ ବୁଥରେ ଇଭିଏମ ମେସିନ ଖରାପ ହେବା ଦ୍ବାରା ଏକ ଘଣ୍ଟା ବିଳମ୍ବ ହେଲା ଭୋଟ ପ୍ରକ୍ରିୟା, ପରେ ମେସିନ ନିର୍ବାଚନୀ ଅଧିକାରୀଙ୍କ ଉପସ୍ଥିତିରେ ପରିବର୍ତ୍ତନ କଲା ପରେ ପୁଣି ଭୋଟ ଗ୍ରହଣ ଚାଲିଥିଲା I ସେହିପରି ୧୦ ନମ୍ୱର୍ ବୁଥର ଇବିଏମ୍ ମେସିନ ମଧ୍ୟରେ ତୃଟି ରହିଥିଲା, ତାହା ପୁଣି ଠିକ୍ କରାଯାଇଥିଲା ଓ ଭୋଟ ପ୍ରକ୍ରିୟା ଚାଲିଥିଲା I ୧୩ ଗୋଟି ବୁଥ ମଧ୍ୟରେ ପ୍ରଶାସନ ପକ୍ଷରୁ ଉତ୍ତମ ବ୍ୟବସ୍ଥା କରାଯାଇଥିଲା I ସେପଟେ ପୁଲିସ ପ୍ରଶାସନ ସ୍ଥାନୀୟ ଥାନା ଅଧିକାରୀ ରେବତୀ ଶବର ଓ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ସମସ୍ତ ବୁଥ ମାନଙ୍କରେ ପୋଲିସ ମୁତୟନ କରାଯାଇଥିଲା ଏବଂ ଥାନା ଅଧିକାରୀ ବୁଲି ବୁଲି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିଲେ I ଶାନ୍ତି ଶୃଙ୍ଖଳାର ସହିତ ଆଜି ସ୍ଥାନୀୟ ପୌର ନିର୍ବାଚନ ଶେଷ ହୋଇଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ସୂଚନା ପ୍ରକାରେ ୬୭.୨୧% ଶତକଡା ଭୋଟ ଗ୍ରହଣ ହୋଇଥିବା ପ୍ରକାଶ କରିଛନ୍ତି I ସମୁଦାୟ ୮୧୫୮ ଜଣ ଭୋଟରଙ୍କ ମଧ୍ୟରୁ ୫୫୦୧ ଜଣ ଭୋଟର୍ ଆଜି ଭୋଟ ଦେଇଥିବା ବେଳେ ପୁରୁଷ ୨୬୫୫ ଓ ମହିଳା ୨୮୪୬ ଜଣ ଭୋଟର୍ ଭୋଟ ଦେଇ ମତ ସାବ୍ୟସ୍ତ କରିଥିଲେ I ସମସ୍ତ କଡା ସୁରକ୍ଷା ମଧ୍ୟରେ ଇଭିଏମ୍ ମେସିନ ଗୁଡ଼ିକ ବ୍ଲକ ପରିସର ମଧ୍ୟରେ ଥିବା ଷ୍ଟ୍ରଙ୍ଗ ରମ୍ ରେ ରଖାଯାଇଥିଲା ଓ ଏହାକୁ ଜଉ ମୁଦ୍ଦ ଦେଇ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା I ଆସନ୍ତା ୨୬ ତାରିଖ ଦିନ ଭୋଟ ଗଣତି ବା ପ୍ରତିଦ୍ୱନ୍ଦୀ କରିଥିବା ୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଫଳ ପ୍ରକାଶ ପାଇବ I ସେହି ଦିନ ଜଣା ପଡ଼ିବ କିଏ ଅଧକ୍ଷା ଆସନ ଗ୍ରହଣ କରୁଛନ୍ତି ଓ କିଏ କିଏ କାଉନସିଲର ଆସନ ଗ୍ରହଣ କରୁଛନ୍ତି ?