ବାଲିଗୁଡା ପୋୖର ନିର୍ବାଚନରେ ବାଜିମାରିଲା ବିଜେଡି…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡା ପୌର ନିର୍ବାଚନରେ ପରିସମାପ୍ତି ପରେ ଆଜି ବହୁ ସଂଖ୍ୟାରେ ବିଜୟୀ ହାସଲ କରିଛି ବିଜେଡ଼ି ଦଳର ପାର୍ଥି I ନବୀନ ପଟ୍ଟନାୟକଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ନିଜର ବ୍ୟକ୍ତିଗତ ମୌଳିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି ଅଞ୍ଚଳ ବାସୀ I ଆଉ ନିର୍ବାଚିତ କରିଛନ୍ତି ନିଜର ଉପଯୁକ୍ତ ପାର୍ଥିକୁ ଯିଏକି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାଙ୍କର ଦୁଃଖ ସୁଖରେ ଠିଆହେବେ I ମୋଟ ୧୩ଟି ୱାର୍ଡରେ ୧୩ ଜଣ କାଉନସିଲର ପାର୍ଥି ବିଜୟୀ ହେଇଛନ୍ତି I ସେଥିମଧ୍ୟରୁ ୧୧ଟି ବିଜେଡି ଓ ୨ ଟିରେ କଂଗ୍ରେସ I ପୌରଅଧ୍ୟକ୍ଷ ଭାବରେ ଗୋବିନ୍ଦ ପ୍ରଧାନ ୩୫୦୦ ଭୋଟରେ ବିଜୟ ଲାଭ କରିଛନ୍ତି I ୧ ନମ୍ବର ୱାର୍ଡରେ କାଉନସିଲର ଅଜୟ କୁମାର ଦିଗାଳ କଂଗ୍ରେସ ଦଳର ପାର୍ଥି ଯିଏକି ଗତ ନିର୍ବାଚନରେ ମଧ୍ୟ ବିଜୟ ହେଇଥିଲେ , ୨ ୱାର୍ଡରେରେ ମିନତୀ ନାୟକ ବିଜେଡ଼ି ପାର୍ଥିନୀ , ୩ନମ୍ବର ୱାର୍ଡରେ ଶଶୀ କୁମାର ଦିଗାଳ ବିଜେଡ଼ି ପାର୍ଥି , ୪ ନମ୍ବର ୱାର୍ଡରେ ରେଜେଶ୍ୱର ମଲିକ ବିଜେଡ ପାର୍ଥି , ୫ ନମ୍ବର ୱାର୍ଡରେ ଶାନ୍ତି ନାୟକ ବିଜେଡ଼ି ପାର୍ଥିନୀ ପୂର୍ବତନ କାଉନସିଲର ପୁଣି ଥରେ ବିଜୟ ହାସଲ କରିଛନ୍ତି , ୬ ବିଭୁତି ଲୋହରିୟା ବିଜେଡ଼ି ପାର୍ଥି ,୭ ପଦ୍ମାଳୟା ନାୟକ ବିଜେଡି ପାର୍ଥିନୀ, ୮ ନମ୍ବର ରଶ୍ମିତା ପାଢ଼ୀ ବିଜେଡ଼ି ପାର୍ଥିନୀ, ୯ ୱାର୍ଡରେ ହରପ୍ରିୟା ତ୍ରିପାଠୀ ବିଜେଡ଼ି ପାର୍ଥିନି , ୧୦ ୱାର୍ଡରେ ରିନା ପଣ୍ଡା ବିଜେଡି ପାର୍ଥିନୀ ,୧୧ ୱାର୍ଡରେ ନାରାୟଣ ଡାକୁଆ ବିଜେଡ଼ିର ପୂର୍ବତନ କାଉନସିଲର ଦ୍ୱିତୀୟ ଥର ପାଇଁ ବିଜୟ ହେଇଛନ୍ତି , ୧୨ୱାର୍ଡରେ ଗୀତା ମଲିକ ବିଜେଡ଼ି ପାର୍ଥିନୀ ,୧୩ ନମ୍ବର ୱାର୍ଡରେ ଅଲୋକ କୁମାର ନାୟକ କଂଗ୍ରେସ ପାର୍ଥି ଏପରି ଭାବେ ନିର୍ବାଚିତ ହୋଇଛନ୍ତି I ବାଲିଗୁଡା ବିଧାୟକ ଚକ୍ରମଣି କହଁର ଓ ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜେଡି ପଂଚାୟତ ନିର୍ବାଚନରେ ନିଜର ଶକ୍ତି ଜାହିର କରିଛି ଓ ଆଜି ବାଲିଗୁଡା ପୋୖର ନିର୍ବାଚନ ରେ ମଧ୍ୟ ସବୁ ଆସନ ହାତେଇ ନେଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି I ଏହି ବିଜେଡି ବିଜୟର ପର୍ବ ପାଳନ କରିଛନ୍ତି ଅଞ୍ଚଳରେ ଥିବା ବିଜେଡି ସମର୍ଥକ I ଶତାଧିକ ବିଜେଡି ସମର୍ଥକ ବାଣ ଫୁଟେଇ ,ବାଜା,ଓ ଡିଜେ ବଜେଇ ବାଲିଗୁଡା ସହରରେ ପ୍ରସେସନ କରି ଖୁସି ମନେଇଛନ୍ତି I